ମାଲେଗାଓଁ ବିସ୍ଫୋରଣ ମାମଲାରେ ଖଲାସ ହେବା ପରେ ସାଧ୍ୱୀ ପ୍ରଜ୍ଞା କହିଲେ- ହିନ୍ଦୁତ୍ୱ ଜିତିଲା
ମୁମ୍ବାଇ, ୩୧ ଜୁଲାଇ(ହି.ସ.) – ମହାରାଷ୍ଟ୍ର ମାଲେଗାଓଁରେ ବମ୍ ବିସ୍ଫୋରଣ ମାମଲାରେ ଖଲାସ ହେବା ପରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଗୁରୁବାର ଦିନ କହିଛନ୍ତି ଯେ ଆଜି ହିନ୍ଦୁତ୍ୱର ବିଜୟ ହୋଇଛି, ଭଗୱା ଜିତିଯାଇଛି। ସେ କହିଛନ୍ତି ଯେ ତାଙ୍କୁ ୧୭ ବର୍ଷ ପର୍ଯ୍ୟନ୍ତ ଅପମାନିତ କରାଯାଇଛି, କିନ୍ତୁ ଆଜି ଆଶ୍ୱ
ମାଲେଗାଓଁ ବିସ୍ଫୋରଣ ମାମଲାରେ ଖଲାସ ହେବା ପରେ ସାଧ୍ୱୀ ପ୍ରଜ୍ଞା କହିଲେ- ହିନ୍ଦୁତ୍ୱ ଜିତିଲା


ମୁମ୍ବାଇ, ୩୧ ଜୁଲାଇ(ହି.ସ.) – ମହାରାଷ୍ଟ୍ର ମାଲେଗାଓଁରେ ବମ୍ ବିସ୍ଫୋରଣ ମାମଲାରେ ଖଲାସ ହେବା ପରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଗୁରୁବାର ଦିନ କହିଛନ୍ତି ଯେ ଆଜି ହିନ୍ଦୁତ୍ୱର ବିଜୟ ହୋଇଛି, ଭଗୱା ଜିତିଯାଇଛି। ସେ କହିଛନ୍ତି ଯେ ତାଙ୍କୁ ୧୭ ବର୍ଷ ପର୍ଯ୍ୟନ୍ତ ଅପମାନିତ କରାଯାଇଛି, କିନ୍ତୁ ଆଜି ଆଶ୍ୱସ୍ତୀ ଅନୁଭବ କରୁଛି।

ଅଦାଲତର ନିଷ୍ପତି ଶୁଣିବା ପରେ ସାଧ୍ୱୀ ପ୍ରଜ୍ଞା ସିଂହ ଭାବୁକ ହୋଇଯାଇଛନ୍ତି। ଏହାପରେ ସେ ସାମ୍ବାଦିକଙ୍କ ସହିତ ଆଲୋଚନାରେ କହିଛନ୍ତି, ଯେତେବେଳେ ମତେ ପ୍ରଥମଥର ପଚରା ଉଚୁରା ପାଇଁ ଡକାଯାଇଥିଲା, ତେବେ ମୁଁ ମାନବତା ଏବଂ ନ୍ୟାୟ ସମ୍ମାନର ସହିତ ଆସିଥିଲି। ମତେ ୧୩ ଦିନ ପର୍ଯ୍ୟନ୍ତ କଷ୍ଟ ଦିଆଯାଇଛି, ମୋର ଜୀବନ ନଷ୍ଟ କରିଦିଆ ଯାଇଛି। ମତେ ୧୭ ବର୍ଷ ପର୍ଯ୍ୟନ୍ତ ଅପମାନିତ କରାଯାଇଛି। ମୋତେ ନିଜ ଦେଶରେ ଆତଙ୍କବାଦୀ କରିଦିଆ ଯାଇଛି। ମୁଁ ସେହି ଲୋକଙ୍କ ବିଷୟରେ କିଛି କହିପାରିବି ନାହିଁ, ଯେଉଁମାନେ ମତେ ଏହି ଦିନ ଯାଏଁ ପହଁଚାଇଛନ୍ତି। ମୁଁ ଜୀବିତ, କାହିଁକି ନା ମୁଁ ଜଣେ ସନ୍ନ୍ୟାସୀ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande