ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)-ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଟ୍ୟାରିଫ୍ ଓ ପେନାଲ୍ଟି ଲାଗୁ କରିବା ପାଇଁ ନିଷ୍ପତି ନେବା ପରେ
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ଼ଗେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଟ୍ରମ୍ପ ପୂର୍ବରୁ ଯୁଦ୍ଧବିରାମ
ବିଷୟରେ ଭାରତକୁ ନେଇ କଥା କହିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ସଂସଦରେ ଚୁପ୍
ରହିଥିଲେ। ଏବେ ଯେତେବେଳେ ଭାରତ ଉପରେ ଅର୍ଥନୈତିକ ଭାବେ କ୍ଷତିକାରକ ପ୍ରଭାବ ପକାଉଥିବା
ନିଷ୍ପତ୍ତି ନିଆଯାଉଛି,
ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଚୁପ୍
ଅଛନ୍ତି।
ଖଡ଼ଗେ ଗୁରୁବାର ତାଙ୍କର ଏକ୍ସ ପୋଷ୍ଟ
ଜରିଆରେ କହିଛନ୍ତି ଯେ,
ରାଷ୍ଟ୍ର ସବୁଠୁ ଉପରେ ଅଛି ଏବଂ କଂଗ୍ରେସ
ସବୁବେଳେ ରାଷ୍ଟ୍ର ସାଥିରେ ଅଛି। ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ୨୫ ପ୍ରତିଶତ
ଟ୍ୟାରିଫ୍ ଓ ପେନାଲ୍ଟି ଭାରତର ବ୍ୟବସାୟ, ଏମ୍ଏସ୍ଏମ୍ଇ ଓ କୃଷକମାନେ ଉପରେ ଖରାପ
ପ୍ରଭାବ ପକାଇବ। ଏଥିରୁ ଅନେକ ଉଦ୍ୟୋଗ ପ୍ରବଳ କ୍ଷତିର ସମ୍ମୁଖୀନ ହେବେ। ମୋଦି ସରକାରର
ମନ୍ତ୍ରୀମାନେ ଗତ କିଛି ମାସ ଧରି ଆମେରିକା ସହ ବ୍ୟବସାୟ ଚୁକ୍ତି ବିଷୟରେ ଆଲୋଚନା ଚାଲାଇଥିଲେ, ଓ କିଛି ତ ଦୀର୍ଘ ସମୟ ପର୍ଯ୍ୟନ୍ତ ୱାଶିଂଟନରେ ଡେରା ପକାଇଥିଲେ । ତଥାପି, ଭାରତକୁ ଏହାର ଅଳ୍ପ ନୁହେଁ ବଡ଼ କ୍ଷତି
ଭୋଗିବାକୁ ପଡ଼ୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା