ଗଂଜାମ, 4 ଜୁଲାଇ (ହି.ସ.)
ପିତ୍ତଳ ଜନ ଆରୋଗ୍ୟ ସମତିର ଜିବି ବୈଠକ ଜିଲ୍ଲା ପରିଷଦ ସଭ୍ୟା ମନୋରମା ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ସ୍ତରରେ ମିଳିଥିବା ବିଭିନ୍ନ ଅନୁଦାନର ଖର୍ଚ୍ଚ ହିସାବ ଉପସ୍ଥାପନ ହୋଇ ବୈଠକରେ ଅନୁମୋଦନ ହୋଇଥିଲା। ଡାକ୍ତରଖାନାରେ ସ୍ଥାୟୀ ଫାର୍ମାସୀଷ୍ଟି ଓ ଷ୍ଟାଫ୍ ନର୍ସ ନିଯୁକ୍ତି ,ଓପିଡି ଓ ଆୟୁଷ ଡାକ୍ତର ଖାନାର ନୂତନ ପାଣି ଟାଙ୍କି ସ୍ଥାପନ କରିବା,ନୂତନ ଆକ୍ୟୁଆଗାଡ ସ୍ଥାପନ, ଡାକ୍ତର ଖାନାର କର୍ମଚାରୀଙ୍କ ପାଇଁ ନୂତନ ଗୃହ ନିର୍ମାଣ ପାଇଁ ବୈଠକରେ ପ୍ରସ୍ଥାବ ଗ୍ରହଣ କରାଯାଇଛି। ବୈଠକରେ ଡାକ୍ତର ମାନସ ରଞ୍ଜନ ଵିଶୋଇ, ଡାକ୍ତର ଦେବାଶିଷ ଶତପଥୀ, ଡାକ୍ତର ହୃଷୀକେଶ ମହାନ୍ତି, ଫାର୍ମାସିଷ୍ଟ ବସନ୍ତ କୁମାର ସୁବୁଦ୍ଧି,ବରୁଣ ପୋଲେଇ, ରଶ୍ମି ପ୍ରଧାନ,ପ୍ରଦିପ୍ତ ବେହେରା, ଭୈରବ ପ୍ରଧାନ, ରମା ଅଧିକାରୀ, ପ୍ରତିଜ୍ଞା ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ଅଧିକାଂଶ କମିଟି ସଭ୍ୟ ଉପସ୍ଥିତ ରହୁନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ ମହାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ