ଭୁବନେଶ୍ୱର, 4 ଜୁଲାଇ (ହି.ସ.)- ସ୍ୱାମୀ
ବିବେକାନନ୍ଦଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ରାଷ୍ଟ୍ରଭକ୍ତ, ଭାରତୀୟ ସଂସ୍କୃତିର ପ୍ରଚାରକ, ଯୁବ ବର୍ଗଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ଶତ
କୋଟି ପ୍ରଣାମ। ତାଙ୍କର ନୀତି, ଆଦର୍ଶ କେବଳ ଭାରତ ନୁହେଁ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା