କେନ୍ଦ୍ରାପଡ଼ା, ୦୪ ଜୁଲାଇ(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ପୌରୋହିତ୍ୟରେ “ଟେଲିମାନସ ଏବଂ ମେଂଟାଲ୍ ହେଲ୍ଥ୍” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଲାମାନେ କିପରି ମାନସିକ ଭାବେ ସୁସ୍ଥ ରହିବେ ଅଧ୍ୟକ୍ଷ ଡ଼ ନାୟକ ଭଗବତ ଗୀତାର ଉଦାହରଣ ମାଧ୍ୟମରେ ସାରଗର୍ଭକ ଉପଦେଶ ପ୍ରଦାନ କରିଥିଲେ। ଷ୍ଟୁଡେଂଟ୍ ସର୍ଭିସ୍ ସେଂଟର୍ର ସଂଯୋଜିକା ଅଧ୍ୟାପିକା ଡ଼ ସୁଜାତା ଭଟ୍ଟ ଟେଲିମାନସ ଆପ୍ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରିଣୀ ପ୍ରାଧ୍ୟାପିକା ସବିତା ଦାସ ଷ୍ଟୁଡେଂଟ୍ ସର୍ଭିସ୍ ସେଂଟର୍ ମାଧ୍ୟମରେ ପିଲାମାନେ କିପରି ଉପକୃତ ହୋଇପାରିବେ ତାହା ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଆକାଉଂଟାଂଟ୍ ବର୍ସାର୍ ଅଧ୍ୟାପିକା ଡ଼ ମମତା ସାହୁ ଚାପମୁକ୍ତ ହୋଇ ଧୈଯ୍ୟ ଧାରଣ ପୂର୍ବକ ପିଲାମାନେ କିପରି ମାନସିକ ଭାବେ ସୁସ୍ଥ ଜୀବନ ଯାପନ କରିପାରିବେ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିଲେ। ସର୍ବଶେଷରେ ଅଧ୍ୟାପିକା ବନ୍ୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି