କେନ୍ଦ୍ରାପଡ଼ା, ୦୪ ଜୁଲାଇ(ହି.ସ.) – ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ପରିସର ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୈାରାଜଜ ଲୁନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଜ ବିଜୟ କୁମାର ପାତ୍ର, ଦେବାଶିଷ ପଣ୍ଡା, ପ୍ରଜ୍ଞା ପରମିତା ରାଉଳ,ବିଷ୍ଣୁଦେବ ଜେନା, ଶୁଭ ଗୈାତମ ମିଶ୍ର, ଋତୁପର୍ଣ୍ଣା ମିଶ୍ର, ଚିନ୍ମୟୀ ଜେନା, ସୁଜିତ କୁମାର ଦାସ ପ୍ରମୁଖଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଜିଲ୍ଲା ବନ ଅଧିକାରୀ ନରେଶ କୁମାର ଟୁଡୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ଔଷଧିୟ ଗଛ ରୋପଣ କରାଯିବା ସହିତ ସେହି ପରିସର ରେ ଔଷଧୀୟ ବୃକ୍ଷର ଏକ ବଗିଚା କରାଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରିଥରବା ବେଳେ ସମସ୍ତ ବିଚାରପତି ଓ କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି