ଭୁବନେଶ୍ୱର, 4 ଜୁଲାଇ (ହି.ସ.)
- ବନ୍ୟାଂଚଳରେ
ସୁରକ୍ଷିତ ଥିବା ସ୍ଥାନରେ ଚାଲିବ ସ୍କୁଲ । ବନ୍ୟାଞ୍ଚଳରେ
ଜିଲ୍ଲାପାଳ ତଦାରଖ କରୁଛନ୍ତି। ବନ୍ୟାଞ୍ଚଳରେ ପିଲାମାନେ କିଭଳି ପାଠ ପଢ଼ିବେ। କେମିତି ସୁବିଧା
ହେଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
କହିଛନ୍ତି । ଯଦିଓ ପିଲାମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇ
ନାହିଁ। ତେବେ ସେମିତି କିଛି ହୋଇଥିଲେ ସେଇ ସବୁ ଜାଗାରେ ସ୍କୁଲ ବି ବନ୍ଦ ହୋଇପାରେ। ତେବେ ଏହାକୁ
ନେଇ ସ୍ଥିତି କଣ ରହିଛି। ତାକୁ ତଦାରଖ କରି ଜିଲ୍ଲାପାଳ ନିଷ୍ପତ୍ତି ନେବେ। କଣ କଲେ ଠିକ ହେବ।
ଯଦି କିଛି ଅସୁବିଧା ହୁଏ, ତେବେ
ଯେଉଁ ଜାଗାରେ ପଢିବା ପାଇଁ ସୁବିଧା ଥିବ। ସୁରକ୍ଷିତ ସ୍ଥାନ ହୋଇଥିବ। ସେଇ ଜାଗାରେ ବି ସ୍କୁଲ
କିଭଳି ଚାଲି ପାରିବ। ତାକୁ ନେଇ ଜିଲ୍ଲାପାଳ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି
ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା