କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭ ଉଦଘାଟନ
ସମ୍ବଲପୁର, ୦୪ ଜୁଲାଇ(ହି.ସ.) – ଆଜି ଅପରାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଜାଧବ, ଉତରାଂଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳି
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭ ଉଦଘାଟନ


ସମ୍ବଲପୁର, ୦୪ ଜୁଲାଇ(ହି.ସ.) – ଆଜି ଅପରାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତରାଂଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଜାଧବ, ଉତରାଂଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ବେଦଭୂଷଣ ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସମ୍ବଲପୁରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ବରଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ସ୍ୱାଗତମ/ଧନ୍ୟବାଦ ସମ୍ବଲପୁର ତୋରଣ, ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ସ୍ୱାଗତମ/ଧନ୍ୟବାଦ ତୋରଣ ଏବଂ ସମ୍ବଲପୁରର ଦୁର୍ଗାପାଲି ଛକରେ ଜୁହାର ନବ ଆକୃତି ଆଦି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ହୋଇଯାଇଛି। ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡିକ ସମ୍ବଲପୁରକୁ ରାଜ୍ୟର ଆକର୍ଷଣୀୟ ସହରରେ ପରିଣତ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି। ସମ୍ବଲପୁରର ସଂସ୍କୃତି, ଲୋକକଳା, ପରମ୍ପରା ଓ ଐତ୍ୟହକୁ ଏହି ପ୍ରକଳ୍ପ ଗୁଡିକ ଜାତୀୟ ରାଜପଥରେ ପ୍ରତିଫଳନ କରିବ। ଆଗାମୀ ଦିନରେ ଏହିପରି ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ଦିଗରେ ଅନେକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande