ବାଇକ ଚଳାଇବା ବେଳେ ବିଆଇଏସ୍ ସାର୍ଟିଫାଏଡ଼ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ
ଭୁବନେଶ୍ୱର, ୦୫ ଜୁଲାଇ (ହି.ସ.)- ଜନସଂଖ୍ୟା ବୃଦ୍ଧି ସହ ଯାନବାହାନ ସଂଖ୍ୟା ବଢିଛି ତା ସହ ବଢୁଛି ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଧନହାନୀ ସହ ଦୁର୍ଲଭ ଜୀବନ ମଧ୍ୟ ଚାଲିଯାଉଛି। ତେବେ ବାଇକ ଦୁର୍ଘଟଣାରେ ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ପକ୍ଷରୁ
ବାଇକ ଚଳାଇବା ବେଳେ ବିଆଇଏସ୍ ସାର୍ଟିଫାଏଡ଼ ହେଲମେଟ୍ ବ୍ୟବହାର ବାଧ୍ୟତାମୂଳକ


ଭୁବନେଶ୍ୱର, ୦୫ ଜୁଲାଇ (ହି.ସ.)- ଜନସଂଖ୍ୟା ବୃଦ୍ଧି ସହ ଯାନବାହାନ ସଂଖ୍ୟା ବଢିଛି ତା ସହ ବଢୁଛି ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଧନହାନୀ ସହ ଦୁର୍ଲଭ ଜୀବନ ମଧ୍ୟ ଚାଲିଯାଉଛି। ତେବେ ବାଇକ ଦୁର୍ଘଟଣାରେ ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ କୁ ଚିଠି ଲେଖା ଯାଇ କୁହାଯାଇଛି ଯେ ଦୁଇ ଚକିଆ ଚଳାଇବା ବେଳେ ସୁରକ୍ଷା ପାଇଁ କେବଳ ବିଆଇଏସ୍ ସାର୍ଟିଫାଏଡ଼ ହେଲମେଟ୍ ବ୍ୟବହାର କରିବାକୁ ହେବ। ଏପରିକି ବିଏସଆଇ ପ୍ରମାଣପତ୍ର ବିନା ହେଲମେଟ୍ ନିର୍ମାଣ କିମ୍ବା ବିକ୍ରୟ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଅନେକ ହେଲମେଟ୍ ବିଆଇଏସ୍ ପ୍ରମାଣପତ୍ର ବିନା ବିକ୍ରୀ ହେଉଛି। ତେଣୁ ଚଢ଼ାଉକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ଆଗକୁ ଚଢ଼ାଉ ଜୋରଦାର ହେବ।

ଦେଶରେ ବର୍ତମାନ ୨୧ କୋଟି ରୁ ଅଧିକ ଦୁଇ ଚକିଆ ଯାନ ଗଡୁଛି । ଅନେକ ଯାତ୍ରୀ ବିଆଇଏସ୍ ସାର୍ଟିଫାଏଡ଼ ହେଲମେଟ୍ ବ୍ୟବହାର ନ କରି ରାସ୍ତା କଡରେ ମିଳୁଥିବା ଚାଲୁ ହେଲମେଟ୍ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣା ସମୟରେ ମୂଲ୍ୟବାନ ଜୀବନ ହରାଉଛନ୍ତି । ତେଣୁ ଗ୍ରାହକମାନଙ୍କ ପାଇଁ ସୁବିଧା ପାଇଁ ବିଏସଆଇ, ବିଏସଆଇ କେୟାର ଆପ୍ ଏବଂ ବିଏସଆଇ ପୋର୍ଟାଲରେ ଏକ ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା ହେଲମେଟ ନିର୍ମାତା ଲାଇସେନ୍ସପ୍ରାପ୍ତ କି ନାହିଁ ତାହା ଯାଂଚ କରାଯାଇପାରିବ ଏବଂ ବ୍ୟବହାରକାରୀ ବିଏସଆଇ କେୟାର ଆପ୍ ରେ ଅଭିଯୋଗ ଦାଖଲ ମଧ୍ୟ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande