ଲକ୍ଷାଧିକ ଭକ୍ତଙ୍କ ଗହଣରେ ତିନି ଠାକୁର ଗଲେ ବାଙ୍କମଠରୁ ମାଉସୀ ମା’ ଘର
ଜୟପୁର, ୫ ଜୁଲାଇ (ହି.ସ.)- ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଲକ୍ଷ।ଧିକ ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଯାଇଛନ୍ତି । ରବିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର
ଲକ୍ଷାଧିକ ଭକ୍ତଙ୍କ ଗହଣରେ ତିନି ଠାକୁର ଗଲେ ବାଙ୍କମଠରୁ ମାଉସୀ ମା’ ଘର


ଜୟପୁର, ୫ ଜୁଲାଇ (ହି.ସ.)- ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଲକ୍ଷ।ଧିକ ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଯାଇଛନ୍ତି । ରବିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର ଯାଏଁ ଯିବେ । ଆଜି ପାରମ୍ପରିକ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ଅପରାହ୍ନ ୪ ଟା ବେଳେ ପହଣ୍ଡି କରାଯାଇ ବାଙ୍କମଠ ପରିସରରୁ ଅଣାଯାଇ ରଥାରୁଢ଼ କରାଯାଇଥିଲା। ପ୍ରଥମେ ସୁନାରୀ ସାହିର ସେବାୟତ ମାନେ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏବଂ ସାମନ୍ତରା ସାହିର ସେବାୟତମାନେ ଶ୍ରୀ ଜଗନ୍ନାଥ ଓ ପତିତପାବନଙ୍କୁ ରଥାରୁଢ କରିଥିଲେ । ଏହି ଅବସରରେ ୭ ପ୍ରକାରର ଅନ୍ନ ଭୋଗ ଶ୍ରୀଜିଉ ମାନଙ୍କୁ ଲାଗି କରାଯାଇଥିଲା । ପରେ ରଥ ଟଣା ଆରମ୍ଭ ହୋଇଥିଲା । ସଂନ୍ଧ୍ୟା ୫ଟା ବେଳେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୬ଟା ସମୟରେ ରଥ ଗୌଡ଼ସାହି ନିକଟରେ ପହଞ୍ଚିବାରୁ ପରମ୍ପରା ଅନୁସାରେ ସାହି ବାସିନ୍ଦାଙ୍କ ପକ୍ଷରୁ କାକରାପିଠା ଭୋଗ କରାଯାଇ ରଥ ଟଣା ପୁଣି ଚାଲିଥିଲା । ସଂନ୍ଧ୍ୟା ସମୟରେ ରଥ ସଉରା ସାହି ଛକ ନିକଟସ୍ଥ ଶ୍ରୀଚୈତନ୍ୟ ମନ୍ଦିର ନିକଟରେ ଲାଗିବ ଏବଂ ଆଜିର ରଥଟଣା କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା । ପତିତପାବନ ରଥକୁ ମହିଳା ମାନେ ଟାଣିଥିଲେ । ସେଠାରେ ଶ୍ରୀଜିଉମାନଙ୍କ ପୋଡ ପିଠା ଲାଗି କରାଯାଇଥିଲା । ଜୟପୁରର ପ୍ରଚଳିତ ଧାରା ଅନୁସାରେ ପୁଣି ଆସନ୍ତାକାଲି ଅପରାହ୍ନରେ ରଥ ଟଣା ଯାଇ ତିନି ଠାକୁର ରାଜାନଗର ଯାଏଁ ରଥରେ ଯିବେ । ସେଠାରେ ଆସନ୍ତାକାଲି ବି ତିନି ଠାକୁର ରଥାରୁଢ଼ ରହି ଭକ୍ତଙ୍କୁ ସାଂଧ୍ୟ ଦର୍ଶନ ଦେବେ ଏବଂ ରଥରୁ ମନ୍ଦିରକୁ ଫେରିବେ । ବାହୁଡ଼ା ଅବସରରେ ଜୟପୁରରେ ଆଜି ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତତ୍‌ସହ ପ୍ରଶାସନର ସୁବନ୍ଦୋବସ୍ଥ ପାଇଁ ଯାତ୍ରା ସମୟରେ କୌଣସି ଅଘଟଣା ଦେଖାଦେଇନଥିଲା। ରଥଟଣା କାର୍ଯ୍ୟକ୍ରମରେ ବିଡିଓ ଶକ୍ତି ମହାପାତ୍ର ଏସଡିପିଓ ପାର୍ଥ କଶ୍ୟପ, ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ଟାଉନ ଥାନା ଅଧିକାରି ଉଲ୍ଲାସ ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande