କୋରାଇ, ୦୫ ଜୁଲାଇ(ହି.ସ.) – କୋଟି ଜନତାର ମଉଡମଣି ମହାପ୍ରଭୂ ଜଗନ୍ନାଥଙ୍କ ଭାଇ ଭଉଣୀ ସହ ଆଜି ବାହୁଡା ଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନ । ବର୍ଷକ ପରେ ଚହୁବାହାକୁ ଦେଖିବା ଓ ରଥ ଟାଣିବା ପାଇଁ ଭକ୍ତ ଓ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଆଜି ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ରଥରେ ଦର୍ଶନ ଦେଇଛନ୍ତି ଭକ୍ତ ମାନଙ୍କୁ । ଦୀର୍ଘ ଦିନ ପରେ ଆଜି ସମସ୍ତେ ଅପଲକ ନୟନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତମାନେ ଅନାଇ ବସିଥିଲେ । ପୁରପଲ୍ଲୀରେ ସମସ୍ତ ଜଗନ୍ନାଥ ମନ୍ଦିରରେ ବାହୁଡା ରଥ ଟଣା ମହାସମାରୋହରେ ପାଳିତ ହୋଇଛି । ପାଣିକୋଇଲି ମହାବୀର କଲୋନୀ, ମଣିପୁର, ସୋତି, ଚାନ୍ଦପୁର, ନୂଆପଦା, ଓଚିନ୍ଦା, ପଥରପଦା, କାଙ୍କଲା, ଚାନ୍ଦପୁର, ବାଘନଟା, କରଦା ଆଦି ଗୁଣ୍ଡିଚା ମନ୍ଦିରରେ ରଥଟଣା ଓ ପ୍ରଭୁଙ୍କ ଦର୍ଶନ ଦେଖିବା ଲାଗି ଭକ୍ତ ଭିଡ ଜମିଥିଲା । ରଥ ଦଉଡି ଧରିବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଜାତି ଧର୍ମ, ବଣ୍ଡ, ନିର୍ବିଶେଷରେ ସମସ୍ତେ ଶଙ୍ଖ, ହୁଳହୁଳି ଘଂଟ ନାଦ ଓ ନାମ ସଙ୍ର୍କିତରେ ରେ ସମସ୍ତେ ପ୍ରଭୁଙ୍କୁ ଟାଣିନେଇଥିଲେ ମାଉସୀ ମା ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ । ଶାନ୍ତି ଶୃଙ୍ଖଳାର ସହିତ ରଥଟଣା ସମାପନ ହୋଇଥିବା ବେଳେ ସବୁଠି ପୁଲିସ ମୁତୟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି