ବିଆର୍‌ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେଡକ୍ରସ ଆନୁକୂଲ୍ୟରେ ୨୦୨୫ ବନମହୋତ୍ସବ
ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ବିଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେଡକ୍ରସ ଆନୁକୂଲ୍ୟରେ ୨୦୨୫ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂ
ବିଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେଡକ୍ରସ ଆନୁକୁଲ୍ୟରେ ୨୦୨୫ ବନମହୋତ୍ସବ


ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ବିଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରେଡକ୍ରସ ଆନୁକୂଲ୍ୟରେ ୨୦୨୫ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ମହାକୁଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରତିନିଧି ରୁଦ୍ରପ୍ରତାପ ଦେବ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ସଂଖ୍ୟାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ। ପ୍ରକୃତି ବନ୍ଧୁ ତଥା କୁଟୁରଚୁଆ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ମାଧ୍ୟମରେ ପ୍ରକୃତିର ସୁରକ୍ଷା କିପରି କରାଯାଇପାରିବ ପରାମର୍ଶ ଦେଇଥିଲେ। ପରିବେଶବିତ୍ ଡାକ୍ତର ହୃଦାନନ୍ଦ ନାୟକ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ବନସଂରକ୍ଷଣ ପୂର୍ବକ ବନ୍ୟଜନ୍ତୁମାନଙ୍କ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ତପନ କୁମାର ଜୟପୁରିଆ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପକ ଜନ୍ମେଜୟ କୁମୁରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande