କେନ୍ଦୁଝର, ୫ ଜୁଲାଇ (ହି.ସ.)- ଆଜି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କପ୍ତିପଦା ଠାରେ ଜଙ୍ଗଲ ବିଭାଗ ଦ୍ବାରା ଆୟୋଜିତ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତେଲକୋଇ ବିଧାୟକ ଡଃ. ଫକିର ନାଏକ । ଜଙ୍ଗଲ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଶତାଧିକ ଗଛ ଲଗାଇଥିଲେ । ଏହି ଅବସରରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତା, ରେଞ୍ଜର ଓ ଜଙ୍ଗଲ ବିଭାଗ କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA