ନିମ୍ନମାନର କାମକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ, ନିରପେକ୍ଷ ତଦନ୍ତ କରିବାକୁ ଚାଷୀ ମହଲରେ ଦାବି
ଭଦ୍ରକ, ୫ ଜୁଲାଇ (ହି.ସ.) - କୃଷି କ୍ଷେତ୍ରକୁ ଜଳ ସେଚନ ର ସୁବିଧା ପାଇଁ ସରକାର ଜଳ ସେଚନ ବିଭାଗ ମାଧ୍ୟମରେ କେଉଁଠି ନୂଆ କେନାଲ ନିର୍ମାଣ କରୁଛନ୍ତି ତ ପୁଣି କେଉଁଠି ପୁରୁଣା କେନାଲ ଗୁଡିକର ମରାମତି କରୁଛନ୍ତି। ତେଣୁ ସରକାର ଏଥିପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ତଳ ସ୍ତ
NIMNA MANARA KAMA NEI GRAMABASI ASANTOSTA


ଭଦ୍ରକ, ୫ ଜୁଲାଇ (ହି.ସ.) - କୃଷି କ୍ଷେତ୍ରକୁ ଜଳ ସେଚନ ର ସୁବିଧା ପାଇଁ ସରକାର ଜଳ ସେଚନ ବିଭାଗ ମାଧ୍ୟମରେ କେଉଁଠି ନୂଆ କେନାଲ ନିର୍ମାଣ କରୁଛନ୍ତି ତ ପୁଣି କେଉଁଠି ପୁରୁଣା କେନାଲ ଗୁଡିକର ମରାମତି କରୁଛନ୍ତି। ତେଣୁ ସରକାର ଏଥିପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ତଳ ସ୍ତରରେ ଏହି ସବୁ କାର୍ଯ୍ୟ ସଠିକ ଭାବରେ ତଦାରଖ କରାଯାଉ ନ ଥିବାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବାଟ ମାରଣା ହେଉଛି ପ୍ରକଳ୍ପ ର କାର୍ଯ୍ୟ ମାତ୍ର ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇ ଯାଉଛି ।ଏହିଭଳି ଏକ କାର୍ଯ୍ୟ ଦେଖା ଦେଇଛି ଭଦ୍ରକ ବ୍ଲକ ଅଧିନସ୍ଥ କୋଡ଼ବରୁଆଁ ପଂଚାୟତରେ। ତେବେ ଏହି ପଂଚାୟତ ଦେଇ ଯାଇଥିବା କେନାଲ କାମରେ କିପରି ଲକ୍ଷ ଲକ୍ଷ ଟଙ୍କା ବାଟ ମରଣା ହୋଇଛି ଏବଂ ଏହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ କିପରି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନ ଅଧୀନ ରେ ଥିବା ଚରମ୍ପା ମେନ କେନାଲରୁ ସରଗଡ଼ିଆ,ପଲ୍ଲୀ ଓ ସାବରଙ୍ଗ କୁ ଯାଇଥିବା ମାଇନର କେନାଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା। ସ୍ଥାନୀୟ ଚାଷୀ ଙ୍କ ବାରମ୍ବାର ଦାବି ପରେ ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ଏହି କେନାଲର ସ୍ଥାୟୀ ମରାମତି ପାଇଁ ଏକ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ପ୍ରକଳ୍ପ ଅନୁମୋଦନ ପରେ ଏହି କେନାଲର ନିର୍ମାଣ ପାଇଁ କେନ୍ଦ୍ର ସରକାର ଙ୍କ କାଫେକ୍ସ ଯୋଜନାରେ ୨ କୋଟି ୯ ଲକ୍ଷ୍ୟ ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ଶେଷ ପରେ ଜଣେ ଠିକା ସଂସ୍ଥା କୁ ଏହି ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା। କିନ୍ତୁ ବଡ଼ ଦୁଃଖର କଥା କାର୍ଯ୍ୟ ଆରମ୍ଭ ପୂର୍ବରୁ, କାର୍ଯ୍ୟର ବିବରଣୀ ସମ୍ପର୍କରେ ସୂଚନା ଫଳକ ଟିଏ ନିର୍ମାଣ କରା ନ ଯାଇ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଛି. ଯାହା ଅତ୍ୟନ୍ତ ନିମ୍ନ ମାନର ଏବଂ ଏସ୍ଟିମେଟ୍ ଅନୁଯାୟୀ କରାଯାଇ ନ ଥିବା ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି କେନାଲ ରେ ଯେଉଁ କଂକ୍ରିଟ ୱାଲ ନିର୍ମାଣ କରାଯାଇଛି ତାହା ଏସ୍ଟିମେଟ୍ ଅନୁଯାୟୀ କରାଯାଇ ନାହିଁ। ଲୁହା ରଡ଼ କମ ପରିମାଣରେ ଏବଂ ଛାଡି, ଛାଡି ଦିଆଯାଇଛି. ଏପରିକି କମ ସିମେଂଟ ଭାଗ ଦିଆଯାଇ ଏହି ୱାଲ କୁ ନିର୍ମାଣ କରାଯାଇଛି। ଯାହା ଗୋଟିଏ ବର୍ଷରେ ଭାଙ୍ଗି ଯିବାର ଆଶଙ୍କା ସୃଷ୍ଟି କରିଥିବା ନେଇ ଚାଷୀ ମାନେ କହିଛନ୍ତି। ତେଣୁ ଏହି କେନାଲ ମାଧ୍ୟମ ରେ ଚାଷ ଜମି କୁ ଜଳ ଆସିବାରେ ଅସୁବିଧା ହେବ ବୋଲି ଚାଷୀ ମାନେ କ୍ଷୋଭ ର ସହିତ କହିଛନ୍ତି ସେହିପରି ଭାବେ ଏହି କେନାଲର ନିମ୍ନ ମାନର କାର୍ଯ୍ୟ କୁ ନେଇ ସ୍ଥାନୀୟ ଯୁବକ ମାନେ ସମ୍ପୃକ୍ତ ଠିକା ସଂସ୍ଥା ଓ ସାଳନ୍ଦୀ କେନାଲ ଡିଭିଜନର ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କିଛି ବୁଝି ନ ଥିଲେ। ଏପରିକି କାର୍ଯ୍ୟ ଚାଲୁଥିବା ସମୟରେ କୌଣସି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ, କାର୍ଯ୍ୟ ସ୍ଟଲ କୁ ଆସି କାମ ର ତଦାରଖ କରି ନାହାନ୍ତି। ଠିକାଦାର ଠାରୁ ବ୍ୟାପକ ପିସି ନେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବିଲ ପେମେଂଟ କରିଥିବା ନେଇ ଅଭିଯୋଗ ହୋଇଛି। ସେହିପରି ଭାବେ କେନାଲ ପାଖରେ ନିର୍ମାଣ କରାଯାଇଥିବା ଜଳ ସେଚନ ବିଭାଗ ର ରାସ୍ତା ମଧ୍ୟ ଏହି ୬ ମାସ ହେଲା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇ ନିର୍ମାଣ କରାଯାଇଥିଲା। ତାହା ମଧ୍ୟ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ନଷ୍ଟ ହୋଇ ଗଲାଣି। ତେବେ ଏ ସମ୍ପର୍କରେ ଅଧିକ୍ଷଣ ଯନ୍ତ୍ରୀ ପଚାରିବାରୁ ସେ କୌଣସି ସନ୍ତୋଷ ଜଣକ ଉତର ଦେଇ ନଥିଲେ କୀ କ୍ୟାମେରା ସମ୍ମୁଖରେ କୌଣସି ସୂଚନା ଦେବାକୁ ମନା କରିଥିଲେ। ତେବେ ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଏ ସମ୍ପର୍କରେ ଅଭିଯୋଗ ପାଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିଥିଲି। ସେ କାମ ଠିକ ହୋଇଥିବା କହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଜିଲ୍ଲାପାଳ ଏ ସମ୍ପର୍କରେ ଏକ ଫେକଚୁଆଲ ରିପୋର୍ଟ ସାଳନ୍ଦୀ କେନାଲ ଡିଭିଜନ କୁ ମାଗିଥିବା କହିଛନ୍ତି। କେନାଲର ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ଜଳ ସେଚନ ବିଭାଗର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଏହାର ଏକ ନିରପେକ୍ଷ ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande