ନୂତନ ଭାରତ ନିର୍ମାଣରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଶୀର୍ଷକ ବକୃତା ପ୍ରତିଯୋଗିତା
ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ନାକଟିଦେଉଳ ମହାବିଦ୍ୟାଳୟ ଆନୁକୁଲ୍ୟରେ ନୂତନ ଭାରତ ନିର୍ମାଣରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଶୀର୍ଷକରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଦେ
ନୂତନ ଭାରତ ନିର୍ମାଣରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଶୀର୍ଷକ ବକୃତା ପ୍ରତିଯୋଗିତା


ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ନାକଟିଦେଉଳ ମହାବିଦ୍ୟାଳୟ ଆନୁକୁଲ୍ୟରେ ନୂତନ ଭାରତ ନିର୍ମାଣରେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଶୀର୍ଷକରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପାୟଲ ପରିମିତା ପ୍ରଧାନ, ସୁଜାତା ପ୍ରଧାନ, ଜୋସ୍ନାମୟୀ ନାୟକ, ଲକ୍ଷ୍ମୀପ୍ରିୟା ପ୍ରଧାନ, ଝୁମା ମାଝୀ ଓ ପପୁନ୍ ମାଝୀ ପ୍ରମୁଖ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି, ଅଧ୍ୟାପକ ଶେଷ ଦେବ ବିଶ୍ୱାଳ, ଅଧାପିକା ଜୟନ୍ତୀ ସାହୁ ଓ ଲିଟିନା ପ୍ରିୟଦର୍ଶନୀ ବିଚାରକ ଭାବରେ ଯୋଗ ଦେଇ ବିଷୟବସ୍ତୁ ଓ ଉପସ୍ଥାପନା ଶୈଳୀକୁ ଭଲଭାବରେ ପରଖିଥିଲେ। ଏହି ପ୍ରତିଯୋଗିତା ରେ ପାୟଲ୍ ପ୍ରଥମ, ସୁଜାତା ଦ୍ୱିତୀୟ ଓ ଜ୍ୟୋସ୍ନାମୟୀ ୩ୟ ସ୍ଥାନ ଅଧିକାର କରିଥିଲେ। ସୂଚନାଯୋଗ୍ୟ ବକୃତା ଉପସ୍ଥାପନା ଶୈଳୀ ପ୍ରତ୍‌ଯେକ ପ୍ରତିଯୋଗୀଙ୍କ ଏତେ ଆକର୍ଷଣୀୟ ହୋଇଥିଲା ଯେ କୃତି ଚୟନରେ ଦ୍ୱିବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande