କୋରାଇ, ୦୫ ଜୁଲାଇ(ହି.ସ.) –ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ବନ ମହୋତ୍ସବ ଦିବସ ପାଳିତ ହୋଇଛି । ୭୬ତମ ବନ ମହହୋତ୍ସବ ୨୦୨୫ ଅବସରରେ ଯାଜପୁରରୋଡ ବନାଂଚଳ, କଟକ ବନଖଣ୍ଡର ଜଗଂଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ପାଣିକୋଇଲି ଫରେଷ୍ଟ ବିଟ ଅଫିସର ସାଇସ୍ମୃତି ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା । ଉକ୍ତ ବୃକ୍ଷରୋପଣ ଉତ୍ସବରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ସତ୍ୟଜିତ୍ ମହାନ୍ତି ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ମହାବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି