ଗଞାମ, ୫ ଜୁଲାଇ (ହି.ସ.)- ପିତ୍ତଳ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କାର୍ଯ୍ୟାଳୟର ଦୂରାବସ୍ଥା କହିଲେ ନସରେ । ଏହି ବ୍ୟାଙ୍କ ଉପରେ ପ୍ରାୟ ୩୦ ଖଣ୍ଡ ଗ୍ରାମର ଜନସାଧାରଣ ନିର୍ଭର କରନ୍ତି । ପ୍ରତ୍ୟେହ ଶତାଧିକ ଗ୍ରାହକ ଏଠାରେ ଠୁଳ ହୁଅନ୍ତି । ତେବେ ବ୍ୟାଙ୍କ ପରିସର ଏତେ କ୍ଷୁଦ୍ର ଯେ ୧୦ରୁ ୧୫ ଜଣ ବ୍ୟକ୍ତି ଏହି ବ୍ୟାଙ୍କ ଭିତରେ ରହି ବ୍ୟାଙ୍କ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ । ଏଣୁ ବ୍ୟାଙ୍କ କର୍ତୁପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ବ୍ୟାଙ୍କ କାର୍ଯ୍ୟ କରିବାକୁ ଏକ ବଡ ଭଡାଘର ନେବା ପାଇଁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ