ବଲାଙ୍ଗୀର, ୦୫ ଜୁଲାଇ(ହି.ସ.) – ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ବର୍ଷ ପାଳନ ତଥା ବନମହୋତ୍ସବ ଅବସରେ ଉପନିବନ୍ଧକ, ସମବାୟ ସମିତି ସମୂହ, ବଲାଙ୍ଗୀରଙ୍କ ସୌଜନ୍ୟ ରେ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା, ବଲାଙ୍ଗିର ର ସହଯୋଗରେ “ ମାଙ୍କ ନାମରେ ଗୋଟିଏ ଗଛ” ବିଷୟବସ୍ତୁ ଉପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଅଛି। ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପନିବନ୍ଧକ, ସମବାୟ ସମିତି ସମୂହ, ବଲାଂଗିର ଶ୍ରୀ ପ୍ରମୋଦ କୁମାର ବରିହା, ମୁଖ୍ୟ ଅତିଥି ଭାବରେ ଏବଂ ସଭାପତି ଡ. ଭବାନୀ ଶଙ୍କର ପଟେଲ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ଉପସ୍ଥିତ ଏହି କାର୍ଯ୍ୟକ୍ରମକୁ ଉତ୍ସାହ ଯୋଗାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଇଜଉଝ ଈବକ୍ଷବଦ୍ଭଶସକ୍ସ, ଇଜଉଝ ଞସଗ୍ଧସକ୍ଷବଶବକ୍ସଷ, ଇଜଉଝ ଚବଗ୍ଧଦ୍ଭବଶବକ୍ସଷ, ବିଦ୍ୟାଳୟ ସମ୍ପାଦକ ଶ୍ରୀ ତରଣିସେନ ପଟେଲ ସହ ଊଜଉଝ କ୍ଟଲଲସମର, ଇଜଉଝ କ୍ଟଲଲସମରର ସମସ୍ତ କର୍ମଚାରୀମାନେ ଏବଂ ବିଦ୍ୟାଳୟର ଆଚାର୍ଯ୍ୟ ଓ ବିଦ୍ୟାର୍ଥୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ