କବିତା ସମୂହ ନିମନ୍ତେ ଅଭିପ୍ରେତ ବ୍ୟକ୍ତିଚେତନାର ମାର୍ମିକ ଅଭିବ୍ୟକ୍ତି କବିତା ସଂକଳନ କଂଟା ଓ ଗୋଲାପର ପାଠକାର୍ପଣ ସମାରୋହ !
ବଲାଙ୍ଗୀର, ୦୫ ଜୁଲାଇ(ହି.ସ.) – କବିତା ସବୁବେଳେ ଜୀବନ ର କଥା କହେ। ସମୂହ ନିମନ୍ତେ ଅଭିପ୍ରେତ ଭାବ ବ୍ୟଞ୍ଜନାକୁ ବ୍ୟକ୍ତିଗତ ଭାବରେ ଅନୁଭବୀ ସଭିଙ୍କ ପାଇଁ ପ୍ରକାଶିତ କରେ। ସମୟ ର ପ୍ରତିରୂପ ହେଉଛି ସମସାମୟିକ କବିତା ବୋଲି ମତ ପ୍ରକାଶ ପାଇଛି କବୟତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ କଂଟା
କବିତା ସମୂହ ନିମନ୍ତେ ଅଭିପ୍ରେତ ବ୍ୟକ୍ତିଚେତନା ର ମାର୍ମିକ ଅଭିବ୍ୟକ୍ତି   କବିତା ସଂକଳନ କଣ୍ଟା ଓ ଗୋଲାପ ର ପାଠକାର୍ପଣ ସମାରୋହ !


କବିତା ସମୂହ ନିମନ୍ତେ ଅଭିପ୍ରେତ ବ୍ୟକ୍ତିଚେତନା ର ମାର୍ମିକ ଅଭିବ୍ୟକ୍ତି   କବିତା ସଂକଳନ କଣ୍ଟା ଓ ଗୋଲାପ ର ପାଠକାର୍ପଣ ସମାରୋହ !


ବଲାଙ୍ଗୀର, ୦୫ ଜୁଲାଇ(ହି.ସ.) – କବିତା ସବୁବେଳେ ଜୀବନ ର କଥା କହେ। ସମୂହ ନିମନ୍ତେ ଅଭିପ୍ରେତ ଭାବ ବ୍ୟଞ୍ଜନାକୁ ବ୍ୟକ୍ତିଗତ ଭାବରେ ଅନୁଭବୀ ସଭିଙ୍କ ପାଇଁ ପ୍ରକାଶିତ କରେ। ସମୟ ର ପ୍ରତିରୂପ ହେଉଛି ସମସାମୟିକ କବିତା ବୋଲି ମତ ପ୍ରକାଶ ପାଇଛି କବୟତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ କଂଟା ଓ ଗୋଲାପର ପାଠକାର୍ପଣ ସମାରୋହ ଅବସରରେ।

ବଲାଙ୍ଗିର ସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ବାହୁଡ଼ାଯାତ୍ରା ଅବସରରେ କବୟତ୍ରୀ ସରସ୍ୱତୀ ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ କଂଟା ଓ ଗୋଲାପ ର ପାଠକାର୍ପଣ ସମାରୋହ ସ୍ରୋତସ୍ୱତୀ ପ୍ରକାଶନୀ ର ଆୟୋଜନରେ ଅନୁଷ୍ଠିତ ହୋଇଥିଲା। ସମାରୋହ ରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦା ନନ୍ଦ ଛୁରିଆ,ସମ୍ମାନିତ ଅତିଥି ସ୍ରୋତ ସ୍ୱତୀ ପ୍ରକାଶନୀର ପ୍ରତିଷ୍ଠାତା ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଓ ମୁଖ୍ୟବକ୍ତା ଭାବରେ ଶିକ୍ଷବିତ ଡକ୍ଟର ଗୋପବନ୍ଧୁ ରଥ ପ୍ରମୁଖ ଉପସ୍ଥିତ ରହି କବୟତ୍ରୀ ସରସ୍ୱତୀ ମିଶ୍ର ଙ୍କ କବିତା ସଂକଳନ କଣ୍ଟା ଓ ଗୋଲାପକୁ ପାଠକାର୍ପଣ କରିଥିଲେ ! ପାଠକାର୍ପଣ ସମୟରେ ସହ ପ୍ରକାଶକ କୃଷ୍ଣ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଭାକୁ କବୟତ୍ରୀ କସ୍ତୁରୀ ରଥ ସଂଯୋଜନା କରିଥିବା ବେଳେ ରଶ୍ମୀ ପାତ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ।ପାଠକାର୍ପିତ କବିତା ସଂକଳନ କଣ୍ଟା ଓ ଗୋଲାପ ରୁ କବିତା ଆବୃତି କରିଥିଲେ କବିତା ମିଶ୍ର, ଧର୍ମେନ୍ଦ୍ର ପ୍ରଧାନ, ନଳିନୀପ୍ରଭା ଶତପଥି। ପରେ ପରେ ଆୟୋଜିତ କବିତା ପାଠ କୁ ସଂଯୋଜନା କରିଥିଲେ କବୟିତ୍ରୀ ପୁଷ୍ପାଞ୍ଜଳି ମେହେର ଓ କବିତା ମିଶ୍ର। ଏଥିରେ ଶତାଧିକ କବି ଓ କବୟତ୍ରୀ ଉପସ୍ଥିତ ରହି କବିତା ପାଠ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande