ରାଜ୍ୟସ୍ତରୀୟ ବୃତି ପରୀକ୍ଷାରେ ଛାତ୍ରୀ ଶ୍ରେୟାଂଶି ୭ମ ସ୍ଥାନରେ
ଭଦ୍ରକ, ୫ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରେୟାଂଶି ଦାଶ ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ରାଜ୍‌ଯସ୍ତରୀୟ ସପ୍ତମଶ୍ରେଣୀ ବୃତି ପରୀକ୍ଷାରେ ୭ମ ସ୍ଥାନ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଶ୍ରେୟାଂଶି ପୂର୍ବରୁ ପଂଚମଶ
RAJYASTARIYA BRUTI PARIKHYA SREYANSHI


ଭଦ୍ରକ, ୫ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରେୟାଂଶି ଦାଶ ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ରାଜ୍‌ଯସ୍ତରୀୟ ସପ୍ତମଶ୍ରେଣୀ ବୃତି ପରୀକ୍ଷାରେ ୭ମ ସ୍ଥାନ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଶ୍ରେୟାଂଶି ପୂର୍ବରୁ ପଂଚମଶ୍ରେଣୀରେ ସରକାରୀ ବୃତି, ଆଦର୍ଶ ସହ ନବୋଦୟ ପରୀକ୍ଷାରେ ଉର୍ତିନ୍ନ ହୋଇ ଶିକ୍ଷାକେନ୍ଦ୍ର ପାଇଁ ଗୌରବ ଆଣି ଦେଇଥିଲେ। ରାଜ୍‌ଯ ଶିକ୍ଷାବିଭାଗର ଅନୁମୋଦନ ଓ ଭାରତୀୟ ଶିକ୍ଷା ପରିଷଦ ସହ ବନ୍ଧନରେ ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ସରକାରୀ ଓ ବେସରକାରୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଗଧାଡିରେ ରହିବା ସହ କୃତିତ୍ୱ ଆଣି ଶିକ୍ଷାକେନ୍ଦ୍ରକୁ ସଫଳତା ଦେଇଛନ୍ତି। ଚଳିତବର୍ଷ ଶିକ୍ଷାକେନ୍ଦ୍ରର ଛାତ୍ରୀ ଶ୍ରେୟାଂଶି ଏପରି ସଫଳତା ଦେଇଥିବାରୁ ଶିକ୍ଷାକେନ୍ଦ୍ରର ପ୍ରଧାନ ଆର୍ଚ୍ଚାଯ୍ୟା ରେଣୁବାଳା ସାମଲ, ନିର୍ଦେଶକ ଚିତରଞ୍ଜନ ମହାନ୍ତିଙ୍କ ସହ ସମସ୍ତ ଗୁରୁଜୀ, ଗୋରୁମା ଓ ପରିଚାଳନା କମିଟିକୁ ଶ୍ରେୟାଂଶି ଜେଜେମା ଦୁରମଣୀ ଦାଶ, ବାପା ବିଜୟ କୁମାର ଦାଶ, ଅଜୟ କୁମାର ଦାଶ, ସଂଜୟ କୁମାର ଦାଶ, ମା ପ୍ରିତିପୁଷ୍ପା ଦାଶ, ସଂଯୁକ୍ତା ଦାଶ, ଅନିତା ଦାଶ କୃତଜ୍ଞତା ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande