ଭଦ୍ରକ, ୫ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ପଂଚୁଟିକ୍ରୀ ପଂଚାୟତ ଖମାରସାହି ଗାଁର ଜଣେ ଚାଷୀଙ୍କ ର ସାପ କାମୁଡା ରେ ମୃତ୍ୟୁ ହୋଇଛି । ପ୍ରାପ୍ତ ଖବର ରୁ ଜଣା ଯାଇଛି ଖମାର ସାହି ଗ୍ରାମର ବ୍ରହ୍ମାନନ୍ଦ ବାରିକ (୫୨) ବିଲରେ ତଳି ପକାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଥିଲା ।ଖବର ପାଇବା ପରେ ଗ୍ରାମବାସୀ ବିଲରୁ ବ୍ରହ୍ମାନନ୍ଦ କୁ ପ୍ରଥମେ ବଇଁଚା ଏବଂ ପରେ ଅବସ୍ଥା ସଂକଟା ପର୍ଣ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ । ଭଦ୍ରକରେ ଚିକିତ୍ସା ପରେ ସେଠାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ଯାଉଥିବା ବାଟରେ ତାଙ୍କ ର ଅବସ୍ଥା ଶୋଚନୀୟ ହେବାରୁ ସେଠାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ଏହି ମୃତ୍ୟୁ ଖବର ପାଇଁ ସ୍ଥାନୀୟ ଅଂଚଳରରେ ଶୋକର ଛାୟା ଖେଳିଯାଇଛି ।ତାଙ୍କର ମୃତ ଶରୀର କୁଆମରା ଠାରେ ପହଂଚି ବା ପରେ ସେଠାରୁ ପଂଚୁଟିକ୍ରୀ ପର୍ଯ୍ୟନ୍ତ ତାଙ୍କର ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା । ସ୍ଥାନୀୟ ନେତା ଅନିଲ ନାୟକ , ବିଜୟ ଧଳ , ଧୃବ ଚରଣ ନାୟକ , ସଞ୍ଜିବ ନାୟକ , ବଟକୃଷ୍ଣ ବାରିକ , ଅଚିନ୍ତ ବାରିକ , ସୁଦର୍ଶନ ମଲ୍ଲିକ , ଗଦାଧର ମଲ୍ଲିକ , ଖଗେଶ୍ୱର ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତାଙ୍କ ପରିବାର ସହିତ ଅଂଚଳ ବାସୀ ଦାବି କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ