୧୩ନଂ ୱାର୍ଡ ଗାଁ ଭିତରେ ବର୍ଷା ପାଣି, ରାସ୍ତାରୋକ କଲେ ଗ୍ରାମବାସୀ
କେନ୍ଦ୍ରାପଡ଼ା, ୦୫ ଜୁଲାଇ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର ୧୩ନଂ ୱାର୍ଡ ରଣପଡା ଗ୍ରାମରେ ବର୍ଷାପାଣି ପଶି ଯାଇଥିବାରୁ ଗ୍ରାମବାସୀ ମାନେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ୪ଦିନ ହେଲା ଲଗାଣ ବର୍ଷା ଫଳରେ ପୈାରାଂଚଳର ତଳିଆ ଅଂଚଳ ରଣପଡା ପୋଲ ନିକଟବର୍ତୀ ଗ୍ରାମଗୁଡିକରେ ଆଣଣ୍ଠୁଏ ଉଚ୍ଚର ବର୍ଷା
୧୩ନଂ ୱାର୍ଡ ଗାଁ ଭିତରେ ବର୍ଷା ପାଣି, ରାସ୍ତାରୋକ କଲେ ଗ୍ରାମବାସୀ


କେନ୍ଦ୍ରାପଡ଼ା, ୦୫ ଜୁଲାଇ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳର ୧୩ନଂ ୱାର୍ଡ ରଣପଡା ଗ୍ରାମରେ ବର୍ଷାପାଣି ପଶି ଯାଇଥିବାରୁ ଗ୍ରାମବାସୀ ମାନେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି । ୪ଦିନ ହେଲା ଲଗାଣ ବର୍ଷା ଫଳରେ ପୈାରାଂଚଳର ତଳିଆ ଅଂଚଳ ରଣପଡା ପୋଲ ନିକଟବର୍ତୀ ଗ୍ରାମଗୁଡିକରେ ଆଣଣ୍ଠୁଏ ଉଚ୍ଚର ବର୍ଷାଜଳ ପ୍ରବେଶ କରିବା ସହ ଘର ଭିତରେ ପାଣି ପଶି ଯିବାରୁ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଳ ନିଷ୍କାସନ ପଥ ଅବରୁଦ୍ଧ ହୋଇଥିବାରୁ ଉଦ୍‌ବୃତ ବର୍ଷାଜଳ ଗୋବରୀ ନଦୀକୁ ନିଷ୍କାସିତ ହୋଇ ନପାରି ଏହିଗାଁ ଗୁଡିକରେ ଜନ ସାଧାରଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ଅବସ୍ଥା ଏପରି ହୋଇଛି ଯେ, ଲୋକେ ଘର ଭିତରେ ଏବଂ ଘର ବାହାରେ ଆଣ୍ଠୁଏ ପାଣିରେ ଚଳପ୍ରଚଳ ହେଉଛନ୍ତି । ଏନେଇ ଗ୍ରାମବାସୀ ମାନେ ପୈାର କାର୍ଯ୍ୟାଳୟ ରେ, ଜିଲ୍ଲା କାର୍ଯ୍ୟାଳୟ ରେ ଅଭିଯୋଗ କରଥିଲେ ମଧ୍ୟ କୈାଣସି ପ୍ରତିକାର ନହେବାରୁ ଗରାପୁର ରାସ୍ତାକୁ ରଣପଡା ପୋଲ ନିକଟରେ ଶତାଧିକ ମହିଳା ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ଖବରପାଇ ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ଅନ୍ଦୋଳନ ରତ ମହିଳା ମନଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande