ଶ୍ରୀଜିଉଙ୍କ ବାହୁଡା ମହାସମାରୋହରେ ପାଳିତ
ଧର୍ମଶାଳା, ୦୫ ଜୁଲାଇ(ହି.ସ.) – ଆଜି ହେଉଛି ପିବତ୍ର ବାହୁଡା ଯାତ୍ରା । ରତ୍ନବେଦୀକୁ ଫେରି ଆସିଛନ୍ତି ପ୍ରଭୂ ଶ୍ରୀ ଜଗନ୍ନାଥ । ସବୁଠି ଉତ୍ସବ ମୁଖର । ଗାଁ ଦାଣ୍ଡ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ। ଏହି ଅବସରରେ ଯାଜପୁର ଜିଲାର ବଡଚଣା,ଧର୍ମଶାଳା,ରସୁଲପୁର ଓ ବରୀ ବ୍ଲକର ବିିଭିନ୍ନ ସ୍ଥାନରେ ପବିତ୍ର ବାହୁ
ଶ୍ରୀଜିଉଙ୍କ ବାହୁଡା ମହାସମାରୋହରେ ପାଳିତ


ଧର୍ମଶାଳା, ୦୫ ଜୁଲାଇ(ହି.ସ.) – ଆଜି ହେଉଛି ପିବତ୍ର ବାହୁଡା ଯାତ୍ରା । ରତ୍ନବେଦୀକୁ ଫେରି ଆସିଛନ୍ତି ପ୍ରଭୂ ଶ୍ରୀ ଜଗନ୍ନାଥ । ସବୁଠି ଉତ୍ସବ ମୁଖର । ଗାଁ ଦାଣ୍ଡ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ। ଏହି ଅବସରରେ ଯାଜପୁର ଜିଲାର ବଡଚଣା,ଧର୍ମଶାଳା,ରସୁଲପୁର ଓ ବରୀ ବ୍ଲକର ବିିଭିନ୍ନ ସ୍ଥାନରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଡଚଣା ବ୍ଲକ ଛତିଆ ବଡଘୁମୁରୀ,ଧାନମଣ୍ଡଳ,ଚଣ୍ଡିଖୋଲ,ଧର୍ମଶାଳା ବ୍ଲକର ଧର୍ମଶାଳା ,ନରସିଂହପୁର ଗଡମଧୁପୁର,ରସୁଲପୁର ବ୍ଲକର ହରିପୁର,ବ୍ରହ୍ମବରଦା ଓ ମହେଶ୍ୱରପୁର ଓ ବରୀ ବ୍ଲକର ବରୀ ମାଉଁଣ୍ଡ ଓ କୁଶବଟଠାରେ ବାହୁଡା ଯାତ୍ରା ସାଂସ୍କୃତିକ ଓ ଆଧ୍ୟତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଛି। ମାଉସୀ ମା’ ମନ୍ଦିରମାନଙ୍କରେ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥାରୂଢ ପରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘଂଟ ଧ୍ୱନିଂରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଶହଶହ ଜଗନ୍ନାଥ ପ୍ରେମୀ ସାମିଲ ହୋଇ ପ୍ରଭୂଙ୍କୁ ଦର୍ଶନ କରିବା ସହ ଅନେକ ଭକ୍ତ ରଥ ଟାଣି ଥିଲେ। ବଡଚଣା, ଧର୍ମଶାଳା, ଜେନାପୁର, କୁଆଖିଆ, ବ୍ରହ୍ମବରଦା ଓ ବରୀ ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande