ବାହୁଡା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ତଦାରଖ କଲେ ଡିଜିପି
ଭୁବନେଶ୍ୱର, 5 ଜୁଲାଇ (ହି.ସ.) - ଶରଧାବାଲିରେ ଘଟିଥିବା ଦଳାଚକଟା ଭଳି ସ୍ଥିତି ପରେ, ଓଡ଼ିଶା ପୁଲିସ ପକ୍ଷରୁ ବାହୁଡ଼ା ଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ଅବସରରେ ସ୍ଥିତି ଉପରେ ନଜର ରଖିଛନ୍ତି ଡିଜିପି । ସେକହିଛନ୍ତି ଆଜି ମହାପ୍ରଭୁ ଜଗନ୍ନାଥଙ୍କ
ବାହୁଡା ପାଇଁ ପୁରୀରେ     ସୁରକ୍ଷା ବ୍ୟବସ୍ଥା କଡାକଡି, ତଦାରଖ କଲେ ଡିଜିପି


ଭୁବନେଶ୍ୱର, 5 ଜୁଲାଇ (ହି.ସ.)

- ଶରଧାବାଲିରେ

ଘଟିଥିବା ଦଳାଚକଟା ଭଳି ସ୍ଥିତି ପରେ, ଓଡ଼ିଶା ପୁଲିସ ପକ୍ଷରୁ ବାହୁଡ଼ା ଯାତ୍ରାରେ ସୁରକ୍ଷା ବ୍ୟବସ୍ଥା

କଡାକଡି କରାଯାଇଛି । ଏହି ଅବସରରେ ସ୍ଥିତି ଉପରେ ନଜର ରଖିଛନ୍ତି ଡିଜିପି । ସେକହିଛନ୍ତି ଆଜି

ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ମନ୍ଦିର ପ୍ରଶାସନ ଦ୍ୱାରା ସବୁ ନୀତିକାନ୍ତି

ଚାଲିଛି। ପୋଲିସ ତରଫରୁ ବାହୁଡ଼ା ଯାତ୍ରାରେ ପୁରୀ ଜଗୁଛନ୍ତି ୨୦୫ପ୍ଲାଟୁନ୍ ଫୋର୍ସ। କଡ଼ା

ସୁରକ୍ଷା ବଳୟରେ ରହିଛି ପୁରୀ ସହର।

ପୁରୀ ସହରରେ ଆଇନ ଶୃଙ୍ଖଳା

ବଜାୟ ରଖିବା ପାଇଁ ୬,୦୦୦ ରାଜ୍ୟ ପୁଲିସ କର୍ମଚାରୀ ଏବଂ ୮୦୦ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)

କର୍ମଚାରୀଙ୍କୁ ନେଇ ଏକ ବିଶାଳ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିଜିପି ୱାଇ ବି

ଖୁରାନିଆଙ୍କ ନେତୃତ୍ୱରେ ବରିଷ୍ଠ ପୁଲିସ ଅଧିକାରୀମାନେ ବ୍ୟବସ୍ଥା ତଦାରଖ କରିବା ପାଇଁ ପୁରୀରେ

ଡେରା ପକାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande