ଭୁବନେଶ୍ୱର, ୦୫ ଜୁଲାଇ (ହି.ସ.)- ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା କରିବାକୁ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି। ସେ କହିଛନ୍ତି ବହୁତ ଆଗରୁ ଆମେ କହିଛୁ। ଆଗରୁ ବିଜେଡି ପ୍ରଚେଷ୍ଟା ଜାରି ରଖିଥିଲା। ଅର୍ବାନ ରୁରାଲ ଟ୍ରାନଜିଷ୍ଟ ପଲିସୀ ଅନ୍ତର୍ଗତ ଯେଉଁ ସୁବିଧା ମୁନିସିପାଲିଟି ଅଂଚଳକୁ ମିଳୁଛି ସେ ସୁବିଧା ତାର ଆଖପାଖ ୧୫ ଟି ପଂଚାୟତ ଲୋକ ପାଆନ୍ତୁ । ଭିତି ଭୂମି, ଡ୍ରେନେଜ, ସୌନ୍ଦର୍ଯ୍ୟକରଣ ଆଲୋକୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ମିଳିବା ଦରକାର। ନିର୍ବାଚନ ପୂର୍ବରୁ ଆମେ ଚେଷ୍ଟା କରିଥିଲୁ ଆଜି ବି କହୁଛୁ ବାଲେଶ୍ୱର ମହାନଗର ନିଗମ ହେବା କଥା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା