ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ଓଡ଼ିଶା
ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଗଞ୍ଜାମ
ଜିଲ୍ଲାର ହିଞ୍ଜିଲିକାଟୁ ବ୍ଲକର ବାସିନ୍ଦା ପନାଡ଼ ଭେଙ୍କଟ ରମଣଙ୍କ ଅପହରଣକୁ ନେଇ ଗଭୀର ଚିନ୍ତା
ବ୍ୟକ୍ତ କରିଛନ୍ତି। ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ଘଟଣା ପରଠାରୁ ଭେଙ୍କଟ ରମଣଙ୍କ ସହିତ ସମ୍ପର୍କ ବିଚ୍ଛିନ୍ନ ଅଛି, ଯାହାର ଫଳରେ ତାଙ୍କ ପରିବାର ଉପରେ ଗଭୀର ମାନସିକ ଆଘାତ ପାଇଛନ୍ତି।
ସେ ଏହି ମାମଲାରେ ତ୍ୱରିତ ଓ କାର୍ଯ୍ୟକାରୀ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ନିକଟରେ ଅପିଲ
କରିଛନ୍ତି ।
ପୋଷ୍ଟରେ ନବୀନ ପଟ୍ଟନାୟକ
ଲେଖିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁ ବ୍ଲକର ପନାଡ଼ ଭେଙ୍କଟ ରମଣଙ୍କୁ ମାଲିରେ
ଉଗ୍ରବାଦୀମାନେ ଅପହରଣ କରିଛନ୍ତି ବୋଲି ଖବର ମିଳିଛି, ଏହି ଘଟଣା ଯୋଗୁ ମୁଁ ଗଭୀର ଚିନ୍ତିତ । ଘଟଣା ପରଠାରୁ ସମ୍ପର୍କ
ବିଚ୍ଛିନ୍ନ ହୋଇଯାଇଛି, ତାଙ୍କ ପରିବାର ବହୁତ ଯନ୍ତ୍ରଣାରେ ଅଛନ୍ତି। ବୈଦେଶିକମନ୍ତ୍ରୀ ଡ଼ା. ଏସ୍ ଜୟଶଂକରଙ୍କୁ
ଅନୁରୋଧ କରୁଛି ଯେ, ଦୟାକରି ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି, ତାଙ୍କର ଶୀଘ୍ର ଓ ସୁରକ୍ଷିତ ମୁକ୍ତି ନିଶ୍ଚିତ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା