ଭଦ୍ରକ, ୬ ଜୁଲାଇ (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଭଦ୍ରକ ମହାବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟ ରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ୭୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ପିଲାମାନଙ୍କୁ ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ ନିଜର ଅଧ୍ୟବସାୟ ଓ ଶୃଙ୍ଖଳା ବଳ ରେ ନିଜ ଲକ୍ଷରେ ପହଂଚି ହେବ ବୋଲି ମତ ବ୍ୟକ୍ତ କରି ଥିଲେ। ମୁଖ୍ୟବକ୍ତା ଭାବରେ ଡ଼ ଶୈଲେନ୍ଦ୍ର କୁମାର ମହାପାତ୍ର ମହାବିଦ୍ୟାଳୟ ର ଗୌରବମୟ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖଥିଲେ ଓ ସମ୍ମାନିତ ଅତିଥି ଭାବରେ ଡ ଦେବେନ୍ଦ୍ର ନାଥ ରାଉତ ଯୋଗ ଦେଇ ମହାବିଦ୍ୟାଳୟର ପ୍ରତିଷ୍ଠା ଦିଗରେ ଦିବଂଗତ ଛକଡି ମହାନ୍ତି ଓ ନରେନ୍ଦ୍ର ଦାସ ସମ୍ପର୍କ ରେ ଅବଗତ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ଦୁର୍ଗା ଶଙ୍କର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସର ରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଯୁକ୍ତ ତିନ ଶେଷ ବର୍ଷ ପରୀକ୍ଷା ରେ ବିଭିନ୍ନ ବିଭାଗ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ଓ ବୁଦ୍ଧିଜୀବୀ ଯୋଗ ଦେଇ କାର୍ଯକ୍ରମକୁ ସଫଳ କରିଥିଲେ। ଡ ସନ୍ତୋଷ କୁମାର ସେଠୀ ମଂଚ ପରିଚାଳନା କରିଥିଲେ ଓ ଶେଷରେ ଡ ପଦ୍ମନାଭ ପତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ