ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନସଭଞ୍ଜନ ରତ୍ନବେଦିକୁ ବାହୁଡ଼ିଲେ ମହାବାହୁ
ଜୟପୁର, ୦୬ ଜୁଲାଇ(ହି.ସ.) – ଶେଷ ହୋଇଛି ନବଦିନାତ୍ମକ ଯାତ୍ରା। ରବିବାର ବିଳମ୍ବିତ ରାତିରେ ରତ୍ନବେଦିକୁ ବାହୁଡ଼ିଛନ୍ତି ମହାବାହୁ। ମାଉସୀମା ମନ୍ଦିର ନିକଟରେ ଅଟକିଥିବା ରଥକୁ ଆଜି ରଜାନଅର ପର୍ଯ୍ୟନ୍ତ ଟାଣିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ
ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନସଭଞ୍ଜନ ରତ୍ନ ବେଦିକୁ ବାହୁଡିଲେ ମହାବାହୁ


ଜୟପୁର, ୦୬ ଜୁଲାଇ(ହି.ସ.) – ଶେଷ ହୋଇଛି ନବଦିନାତ୍ମକ ଯାତ୍ରା। ରବିବାର ବିଳମ୍ବିତ ରାତିରେ ରତ୍ନବେଦିକୁ ବାହୁଡ଼ିଛନ୍ତି ମହାବାହୁ। ମାଉସୀମା ମନ୍ଦିର ନିକଟରେ ଅଟକିଥିବା ରଥକୁ ଆଜି ରଜାନଅର ପର୍ଯ୍ୟନ୍ତ ଟାଣିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତି। ଭକ୍ତମାନେ କାଳିଆ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ବିଳମ୍ବିତ ରାତିରେ ସେବାୟତମାନେ ଧାଡ଼ି ପହଣ୍ଡିରେ ଠାକୁରଙ୍କୁ ମନ୍ଦିର ନେଇଥିଲେ। ଲକ୍ଷ୍ମୀ ଠାକୁରାଣୀ ଓ କଳା ଠାକୁରଙ୍କ ପ୍ରତିନିଧି ମଧ୍ୟରେ ବଚନିକା ହୋଇଥିଲା। ବାଟ ଓଗାଳିଥିବା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଏବଂ ପାଟଶାଢ଼ୀ ଦେଇ ମାନଭଞ୍ଜନ କରିଥିଲେ ମନୁଆ ଠାକୁର। ତା’ପରେ କର୍ମକ୍ଷେତ୍ର ରତ୍ନ ସିଂହାସନକୁ ବିଜେ କରିଥିଲେ ଶ୍ରୀ ଜିଉ।

ଆଜି ସକାଳେ ରଥ ଉପରେ ହୋଇଥିଲା ସମସ୍ତ ନୀତିକାନ୍ତି। ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା, ଅବକାଶ ସହ ମଙ୍ଗଳଆଳତୀ ପରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତି। ଆଜି ବଡ଼ ଏକାଦଶୀ ହୋଇଥିବା ଯୋଗୁଁ ସକାଳ ଠାରୁ ଭକ୍ତଙ୍କ ଭିଡ଼ ରଥ ନିକଟରେ ଦେଖିବାକୁ ମିଳିଥିଲା। ଅପରାହ୍ନରେ ତିନି ଦିଅଁଙ୍କୁ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ରୁପା ମୁକୁଟ, ହାତ, ଅସ୍ତ୍ର ଗଳା ମାଳି ପିନ୍ଧା ଯାଇଥିଲା। ଶ୍ରଦ୍ଧାଳୁମାନେ ଏହି ବେଶରେ ଭଗବାନଙ୍କୁ ଦର୍ଶନ କରିଥିଲେ। ୩ଟାରେ ରଥଟଣା ପାଇଁ ପ୍ରସ୍ତୁତ କରାଯିବା ପରେ ସାଢ଼େ ୪ଟାରେ ରଥଟଣା ହୋଇଥିଲା। ବର୍ଷା ହେବା ସତ୍ୱେ ମଧ୍ୟ ଭକ୍ତମାନେ ଭିଜି ଭିଜି ରଥ ଟାଣି ନେଇ ରାଜାନଅର ନିକଟରେ ପହଂଚାଇଥିଲେ। ସେଠାରେ ସନ୍ଧ୍ୟାରେ ରଥରେ ପଟା ପଡ଼ିବା ପରେ ଭକ୍ତମାନେ ରଥ ଉପରକୁ ଯାଇ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ସେବାୟତମାନେ ଧାଡ଼ି ପହଣ୍ଡିରେ ଠାକୁରଙ୍କୁ ମନ୍ଦିର ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande