କେନ୍ଦୁଝର, 6 ଜୁଲାଇ (ହି.ସ.)
ଆଜି କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଗତକାଲି ବିଶ୍ବର ବୃହତମ ରଥ ଅଧାରେ ରହିଥିବା ବେଳେ ଆଜି ସକାଳୁ ଟଣା ଯାଇଥିଲା। ପରେ ସେବାୟତ ମାନେ ବହୁ ଯତ୍ନର ସହ ଜୀଉ ମାନଙ୍କ ସୁନାବେଶ ସମ୍ପନ୍ନ କରିଥଲେ। ସୁନାବେଶ ସମ୍ପନ୍ନ ପରେ ରଥ ଉପରେ ତିନି ଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ସୁନାବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA