ବଲାଣି ଖଣି ଓ ଟାଉନସିପ୍ ସଂଯୋଗକାରୀ ସଡ଼କ ବିପର୍ଯ୍ୟସ୍ତ : ମୁଖ୍ୟ ସଡ଼କ କାଦୁଅରେ ପରିପୂର୍ଣ୍ଣ, କଲଭର୍ଟ ବିପଦଶଙ୍କୁଳ
ଯୋଡ଼ା, ୬ ଜୁଲାଇ (ହି.ସ.)- ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅଧିନସ୍ଥ ବଲାଣି ଖଣି ଟାଉନ୍‌ସିପ୍‌କୁ ଖଣି ଓ ବାହ୍ୟ ଜଗତ ସହିତ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ସଡ଼କର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବଲାଣି ଖଣି ପେଟ୍ରୋଲ ପମ୍ପ ଠାରୁ ଖଣି ମୁଖ୍ୟ ଫାଟକ
କାଦୁଅ ରାସ୍ତା


କଲଭର୍ଟ


ଯୋଡ଼ା, ୬ ଜୁଲାଇ (ହି.ସ.)- ରାଷ୍ଟ୍ରାୟତ ଉଦ୍ୟୋଗ ତଥା ମହାରତ୍ନ କମ୍ପାନୀ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅଧିନସ୍ଥ ବଲାଣି ଖଣି ଟାଉନ୍‌ସିପ୍‌କୁ ଖଣି ଓ ବାହ୍ୟ ଜଗତ ସହିତ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ସଡ଼କର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବଲାଣି ଖଣି ପେଟ୍ରୋଲ ପମ୍ପ ଠାରୁ ଖଣି ମୁଖ୍ୟ ଫାଟକ ଓ ସେଠାରୁ ଡବ୍ଲ୍ୟୁ ହଟିଂ ଛକ ପର୍ଯ୍ୟନ୍ତ ରାସ୍ତା କାଦୁଅରେ ପରିପୂର୍ଣ୍ଣ ହୋଇପଡିଥିବା ବେଳେ ଏହି ରାସ୍ତାର ବଲାଣି ଥାନା ନିକଟରେ ଥିବା ଏକ କଳଭର୍ଟ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଉକ୍ତ ମୁଖ୍ୟ କାଦୁଅ ପରିପୂର୍ଣ୍ଣ ରାସ୍ତାରେ ସାଧାରଣ ଜନତା ଯାତାୟତ କରିବାକୁ ବାଧ୍ୟ ହେଉଥିବା ବେଳେ ପ୍ରତ୍ୟେହ ଦୁର୍ଘଟଣାର ଶିକାର ହେଉଥିବା ନେଇ ଅଭିଯୋଗ ହେଉଛି । ବିଶେଷ କରି ଦୁଇ ଚକିଆ ବାହନରେ ଯାତାୟତ କଲା ବେଳେ କାଦୁଅରେ ଖସି ଲୋକେ ଆହତ ହେଉଥିବା ନେଇ ଅଭିଯୋଗ ହେଉଛି । ଏହା ବ୍ୟତୀତ ଉକ୍ତ ମୁଖ୍ୟ ରାସ୍ତାରେ ଥିବା ଏକ କଲଭର୍ଟ ଧସି ଯିବା ଫଳରେ ଗୋଟିଏ ପର୍ଶ୍ୱରୁ ପାରାପିଟ ୱାଲ ଛାଡି ଯାଇଥିବାରୁ ଏହା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯେ କୌଣସି ସମୟରେ ଏହା ସମ୍ପୂର୍ଣ୍ଣ ଭୁଶୁଡି ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରକାଶଯୋଗ୍ୟ ଯେ, ଏହି ରାସ୍ତା ଦେଇ ପ୍ରତିଦିନ ଖଣିର ଅନେକ ଭାରୀ ବାହନ, ଯାତ୍ରୀବାହୀ ବସ୍‌ ଓ ହାଲୁକା ଯାନ ଚଳାଚଳ କରିଥାଏ । ଯଦି ଏହି କଳଭର୍ଟ ସମ୍ପୁର୍ଣ୍ଣ ଭୁଶୁଡ଼ି ପଡେ ତେବେ ଏକ ବଡ଼ ଦୁର୍ଘଟଣାର କାରଣ ହେବା ସହିତ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସୁନିଶ୍ଚିତ । ଏହା ବ୍ୟତୀତ ଲଗାଣ ବର୍ଷା ଯୋଗୁଁ ଏହି କଲଭର୍ଟ ତଳୁ ହଜାର ହଜାର ଲିଟର ଜଳ ପ୍ରବାହିତ ହେଉଥିବା ଯୋଗୁଁ ଏହି କଲଭର୍ଟ ଟି ଅଧିକ ଦୁର୍ବଳ ହେଉଥିବା ନେଇ ମତପ୍ରକାଶ ପାଉଛି।କଲଭର୍ଟ ସମ୍ଵନ୍ଧରେ ବଲାଣି ଖଣି ସିଭିଲ୍ ବିଭାଗର ସହ ମହାପ୍ରବନ୍ଧକ ସଞ୍ଜୀବ କୁମାର କହିଛନ୍ତି ଯେ, କିଛି ଦିନ ତଳେ ଖଣିର ୱାସିଂ ପ୍ଲାଣ୍ଟ ର ପାଇପ୍ ଲାଇନ୍‌ ମରାମତି କାମ ହେବା ସମୟରେ ସମ୍ଭବତଃ କଲଭର୍ଟ ମୂଳଦୁଆ ଦୁର୍ବଳ ହୋଇଥାଇପାରେ ଏହା ବ୍ୟତୀତ ଲଗାଣ ବର୍ଷା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା କମିଲେ ବିଭାଗ ତରଫରୁ ତୁରନ୍ତ ମରାମତି କାମ ଆରମ୍ଭ କରାଯିବ। ତେବେ ମୁଖ୍ୟ ସଡ଼କର ଶୋଚନୀୟ ସ୍ଥିତି ସମ୍ଵନ୍ଧରେ ସ୍ଥାନୀୟ ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗ କରୁଥିବା ବେଳେ କାଦୁଅ ରାସ୍ତାକୁ ନିର୍ମାଣ କରିବା ସହିତ ବିପଦସଙ୍କୁଳ କଲଭର୍ଟକୁ ସମ୍ପୂର୍ଣ୍ଣ ଭୁଶୁଡିବା ପୂର୍ବରୁ ନିର୍ମାଣ କରିବାକୁ ବଲାଣି ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande