ଜୟପୁର, ୦୬ ଜୁଲାଇ(ହି.ସ.) – ପୁଣି ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନିପତି। ଆଜି ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁ ଗୋପାଳ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି। ଗତ ଧର ମଧ୍ୟ ମିନାକ୍ଷୀ ବାହିନିପତି ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଥିବାବେଳେ ଚଳିତ ଥର ମଧ୍ୟ ତାଙ୍କ ନାମ ଉପେରେ ମୋହର ମାରିଛି ଜାତୀୟ କଂଗ୍ରେସ। ମିନାକ୍ଷୀ ଜିଲ୍ଲା ସଭାନେତ୍ରୀ ଥିବାବେଳେ ତାଙ୍କର ଦକ୍ଷତା ପ୍ରତିପାଦନ ଦେଖାଇ ଥିବାବେଳେ ତାଙ୍କ ଉପରେ ଭରସା କରିଛି ପୁଣି ଜାତୀୟ କଂଗ୍ରେସ। ମିନାକ୍ଷୀ ହେଉଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଧର୍ମ ପତ୍ନୀ। ଏହି ସୂଚନା ପାଇବା ପରେ କୋରାପୁଟ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି