ମାଲକାନଗିରି, ୦୬ ଜୁଲାଇ(ହି.ସ.) – ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରାରେ ପ୍ରଭୂ ଚତୁର୍ଦ୍ଧାମୂର୍ତି ଗତକାଲି ସନ୍ଧ୍ୟା ରେ ଶ୍ରୀମନ୍ଦିର ନିକଟ ରେ ପହଁଚିଛନ୍ତି,ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଥିବା ଜଗନ୍ନାଥଙ୍କ ମନ୍ଦିର ନିକଟରେ ସଂନ୍ଧ୍ୟାରେ ଚର୍ତୁଦ୍ଧା ମୂର୍ତିଙ୍କର ରଥ ଉପରେ ସୁନାବେଶରେ ସଜ୍ଜିତ କରା ଯାଇଥିଲା। ମାଲକାନଗିରି ଜିଲ୍ଲାସଦର ମହକୁମ ଜଗନ୍ନାଥ ଙ୍କ ମନ୍ଦିର ପ୍ରାଙ୍ଗଣରେ ରଥାରୁଢ ଚତୁର୍ଧା ମୂର୍ତିଙ୍କର ସୁନାବେଶ ଦର୍ଶନ ପାଇଁ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ଲାଗିଥିଲା। ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଚଂଳରେ ଚତୁର୍ଧାମୂର୍ତିଙ୍କ ସୁନାବେଶ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥା ରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ମନ୍ଦିର ମୂଖ୍ୟ ପୂଜକ ସନ୍ତୋଷ କୁମାର ନନ୍ଦ ପୂଜା,ନିତିରିତି ଭୋଗ ସରିବା ପରେ ଶ୍ରୀଜିୟୁଙ୍କ ସଂନ୍ଧ୍ୟାରେ ସେବାୟତ, ବ୍ରହ୍ମଣମାନେ ଠାକୁରଙ୍କୁ ରୌପ୍ୟ ଓ ସ୍ୱର୍ଣ୍ଣ ଅଳଙ୍କାରରେ ସଜାଇଦେଇ ଥିଲେ!. ଶତାଧିକ ଭକ୍ତମାନେ ତନିଠାକୁରଙ୍କ ସୁନାବେଶ ଓ ସନ୍ଧ୍ୟା ଆଳତି ଦର୍ଶନ କରି ଭୋଗଲଗାଇ ଆଶୀର୍ବାଦ ନେଇ ଥିଲେ। ଠାକୁରଙ୍କ ପ୍ରିୟ କାକରା, ରସଗୋଲା ଭୋଗ ଲାଗି ହୋଇଥିଲା, ଘଂଟ, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ନାମସଂଙ୍କିର୍ତନ କରିଥିଲେ। ରାତ୍ରରେ ଜୟ ବଜରଙ୍ଗ ବାଲି ସଂକୀର୍ତନ ମଣ୍ଡଳୀ ପକ୍ଷରୁ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସବାହିନି ପକ୍ଷରୁ କଢା ସୁରକ୍ଷାବ୍ୟବସ୍ଥା କରାଇଥିଲା। ଅନୁରୂପ ଭାବେ ଜିଲ୍ଲା ସଦର ମହାକୁମା ବନ ବିଭାଗ, କାଲିମେଳା, ମୋଟୁ, ପଡିଆ,ଏମଭି୭୯, ଖଇରପୁଟ, ଦୟାଣ କ୍ଷେତ୍ର, କାଳିଆଗୁଡା ସାବେରୀ ଶ୍ରୀକ୍ଷେତ୍ର, ଗୋବିନ୍ଦପାଲି, ବାଲିମେଳା, ଚିତ୍ରକୋଣ୍ଡା, ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଭକ୍ତମାନେ ଦର୍ଶନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ