ମେରେ ଭାରତ ପକ୍ଷରୁ ଡଃ. ଶ୍ୟାମ ପ୍ରସାଦ ମୂଖାର୍ଜୀଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ
Dr Syamaprasad Mukherjee jayanti program
ଫୋଟ


କନ୍ଧମାଳ, ୬ ଜୁଲାଇ (ହି.ସ.) କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମେରେ ଭାରତ ଫୁଲବାଣୀ ପକ୍ଷରୁ ସରକାରୀ ଆଇ.ଟି.ଆଇ. ଫୁଲବାଣୀ ଠାରେ ଡଃ. ଶ୍ୟାମ ପ୍ରସାଦ ମୂଖାର୍ଜୀଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସପ୍ରାପ୍ତ ଶିକ୍ଷା ବିଭାଗର ଏଏସଆଇ ନବ କିଶୋର ରଥ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନିଜୀବୀ ଭଗବାନ ମହାନ୍ତି, ବାଲାଜୀ କଲେଜ ର ଅଧ୍ୟକ୍ଷ ବ୍ରଜ ମୋହନ ରଥ, ଆ ଇ ଟି ଆଇ କଲେଜ ର ଅଧ୍ୟାପକ ରଶ୍ମି ରଞ୍ଜନ ବିଶ୍ବାଳ, ସଲମନ ସାହୁ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା , ପ୍ରମୁଖ ଯୋଗ ଦେ ଇ ଥିଲେ l ଏହି ଦିବସରେ ଡ଼ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଜୀବନୀ ଉପରେ ଆଲଚନା ମୁଖ୍ୟ ବିଷୟ ବସ୍ତୁ ଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଯୋଗ ଉପରେ କୁଇ ଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅମିତ କୁମାର ଦେହୁରୀ, ଓମ୍ ପ୍ରକାଶ ବେହେରା ଦଳlଇ , ସୌମ୍ୟ ପ୍ରିୟଦର୍ଶିନୀ ପଟ୍ଟନାୟକ, ଗଗନ ବାରିକ, କୁମୁଦ ଦିଗାଲ ପ୍ରମୁଖ ବିଜୟୀ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ବୈଠକରେ ମାଇ ଭାରତ କନ୍ଧମାଳର ସହ କର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ରଚିତା ରାଣୀ ସାହାଣୀ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande