ନୂଆପଡ଼ା, ୬ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସଂସ୍କୃତି ଭବନ ଠାରେ ନୂଆପଡ଼ା ଜିଲ୍ଲା ଯୋଗ ଗୁରୁ ସଂଘ ଗଠିତ ହୋଇଯାଇଛି। ଯୋଗଗୁରୁ ଅରବିନ୍ଦ ବେହେରା ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ପବିତ୍ର ଦଣ୍ଡସେନା ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି। ସେହିପରି ଉପସଭାପତି ରୂପେ ନିହାର ରଂଜନ ଯୋଷୀ, ଯୁଗ୍ମ ସମ୍ପାଦକ ଯଜ୍ଞସିନୀ ନାଏକ, କୋଷାଧ୍ୟକ୍ଷ ରୂପେ ଅନୁରାଗ ବାଗ ମନୋନୀତ ହୋଇଛନ୍ତି। ସମୁଦାୟ ୧୧ ଜଣିଆ କାର୍ଯ୍ୟକାରୀ ସଦସ୍ୟ ନୂଆପଡ଼ାରୁ କୈଳାସ ବାରିକ, ବୋଡ଼େନରୁ ହୃଦା ମାଝୀ ଓ ରିକେଶ କୁମାର ପତି, କୋମନାରୁ ରଶ୍ମି ରଂଜନ ପଣ୍ଡା ଓ ଭୋଲା ଶଙ୍କର ହଂସ, ସିନାପାଲିରୁ ଦ୍ରୋଣ ଜଗତ ଏବଂ ଖଡିଆଳରୁ ଡୋଲକୃଷ୍ଣ ବେହେରା ମନୋନୀତ ହୋଇଛନ୍ତି। କଳାହାଣ୍ଡି ସାଂସଦ, ଖଡ଼ିଆଳ ବିଧାୟକ, ଆଇନଜୀବୀ ଏବଂ ସାମ୍ବାଦିକରୁ ଜଣେ ଲେଖାଏଁ, ବୁଦ୍ଧିଜୀବୀ, ଗୁରୁକୂଳ ଆଶ୍ରମ ହରିପୁର ରୋଡ, ଆମସେନାରୁ ଜଣେ ସଦସ୍ୟ ସଂଘର ଉପଦେଷ୍ଟା ରୂପେ ମନୋନୀତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ