ଜୟପୁର, ୦୬ ଜୁଲାଇ(ହି.ସ.) – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି ଦ୍ୱିତୀୟ ଦିବସରେ ଜୟପୁର ଗସ୍ତ ଅବସରରେ ସହରର ଉଦଘାଟନ, ଭିତିପ୍ରସ୍ତର ସହ ସାଧାରଣ ସଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ପୂର୍ବାହ୍ନ ସାଢେ ୧୧ ଟା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଜୟପୁର ପହଂଚିବା ପରେ ପ୍ରଥମେ ଜଗନ୍ନାଥ ସାଗରରୁ ଗ୍ଲୋକାଲ ଛକକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ୮ ଏକର ପରିବେଷିତ ଜମିରେ ୪୦କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ସ୍ଥାୟୀ ଭବନର ଭିତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଏହିପରି ରିତିନୀତି ଅନୁସାରେ ପୂଜାର୍ଚ୍ଚନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଅନ୍ୟାନ୍ୟ ଅତିଥିମାନେ ବସିଥିଲେ। ଏହାପରେ କେନ୍ଦ୍ରୀୟ ଶ୍ରୀ ପ୍ରଧାନ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପାର୍ଶ୍ୱରେ ରହିଥିବା ସମ୍ବନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥାର ଭବନରେ ଅସ୍ଥାୟୀ ଭାବେ ବିଦ୍ୟାଳୟର ଉଦଘାଟନ କରିଥିଲେ। ଚଳିତ ବର୍ଷ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସୋମବାର ଠାରୁ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଦାଖଲା ନେଇଥିବା ଛାତ୍ରଛାତ୍ରୀମାନଙ୍କୁ କିଛି କଥାବାର୍ତା ହୋଇଥିଲେ। ଏହି ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନ୍ଦ ମଲ୍ଲିକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର, ରାଜ୍ୟ ଶିକ୍ଷା ସଚିବ ଶାଲିନୀ ପଣ୍ଡିତ, କେନ୍ଦ୍ରୀୟ ବିଦ୍ୟାଳୟ ଉପ କମିଶନର ଡଃ. ଶିହରନ ବୋଷ, ଜିଲ୍ଲାପାଳ ଭି.କିର୍ତୀଭାସନ, ଏସ.ପି ରୋହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡି ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀ, ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଅନ୍ୟାନ୍ୟ ଅତିଥି ମାନେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଠାରେ ପହଂଚିି ଏକ ସାଧାରଣସଭାରେ ଉଦବୋଧନ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷାକ୍ଷେତ୍ରରେ କୋରାପୁଟ ଜିଲ୍ଲା ସମେତ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ବିକାଶ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାର ବିକାଶରେ ରାଜ୍ୟ ଓ କେନ୍ଦ୍ର ଶିକ୍ଷା ବିକଶିତ ହେବ ବୋଲି କହିଥିଲେ। ଏହିପରି ସାରା ରାଜ୍ୟରେ ୭୬୨ ବ୍ଲକର ସଦର ମହକୁମାର ବ୍ଲକ ସ୍ତରୀୟ ଆଦର୍ଶ ବିଦ୍ୟାଳୟ ସ୍ଥାପନା ନେଇ ନିଷ୍ପତି ଗ୍ରହଣ କରାଯାଇଛି। ଏଥିନେଇ ଏହାର ଭିତିଭୂମିର ବିକାଶ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ୟୟ ଅଟକଲ କରାଯାଇ ମଞ୍ଜୁର କରାଯାଇଛି। କୋରାପୁଟ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, କୃଷି, ବୟନଶିଳ୍ପ ପ୍ରଭୃତି କ୍ଷେତ୍ରରେ ମଧ୍ୟ ବିକାଶ କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟସରକାର ପ୍ରତିଶୃତିବଦ୍ଧ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଏହି ଅବସରରେ ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ ନିଜ ବକ୍ତବ୍ୟ ମାଧ୍ୟମରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦେଶର ଜଣେ ଦକ୍ଷମନ୍ତ୍ରୀ ଭାବେ ସମ୍ବଦ୍ଧିତ କରିଥିବା ବେଳେ ତାଙ୍କ ପ୍ରତିଶୃତ ରକ୍ଷା କରିବା ସହ କେବଳ କୋରାପୁଟ ଜିଲ୍ଲାରେ କେନ୍ଦ୍ରୀୟ ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜୟପୁର ଠାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କହିଥିଲେ। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଭିତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉନ୍ନତୀକରଣ ପାଇଁ ପ୍ରଥମେ ୨୦ କୋଟି ଏବଂ ବର୍ତମାନ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ଗରୁତ୍ୱ ପ୍ରଦାନ କରୁଥିବା ନେଇ କହିଥିଲେ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୋରାପୁଟ ଏବଂ ଜୟପୁର ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ବିକାଶ ପାଇଁ ପ୍ରଚେଷ୍ଠା ଏବଂ ଆଗାମୀ ଦିନରେ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏସ.ପି ଶ୍ରୀ ବର୍ମା ଏବଂ ଏସଡିପିଓ ପାର୍ଥ କାଶ୍ୟପ ନିଜେ ଉପସ୍ଥିତ ରହି ସୁରକ୍ଷା ଟ୍ରାଫିକ ଦାୟୀତ୍ୱର ନେତୃତ୍ୱ ନେଉଥିଲେ ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି