ଲଘୁଚାପ କ୍ଷେତ୍ର ସୃଷ୍ଟି
ଭୁବନେଶ୍ୱର, ୬ ଜୁଲାଇ (ହି.ସ.)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ତତସଂଲଗ୍ନ ଉତର ଓଡ଼ିଶା ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମ୍ବନ୍ଧିତ ଘୂର୍ଣ୍ଣିବଳୟ ପରିଚଳନ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗରେ ହାର
ଲଘୁଚାପ କ୍ଷେତ୍ର ସୃଷ୍ଟି


ଭୁବନେଶ୍ୱର, ୬ ଜୁଲାଇ (ହି.ସ.)- ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ତତସଂଲଗ୍ନ ଉତର ଓଡ଼ିଶା ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମ୍ବନ୍ଧିତ ଘୂର୍ଣ୍ଣିବଳୟ ପରିଚଳନ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗରେ ହାରାହାରି ସମୁଦ୍ର ପତନ ଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି ।

ଏହା ଧିରେ ଧିରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୨-୩ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତର ଛତିଶଗଡ଼ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande