ଫୁଲବାଣୀରେ ପରଲୋକଗତ ସାମାଜିକ କର୍ମୀଙ୍କ ପ୍ରତି  ସାମୁହିକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
Mass condolence Meeting in Phulbani
ଫୋଟ


କନ୍ଧମାଳ, ୬ ଜୁଲାଇ (ହି.ସ.)- ଫୁଲବାଣୀର ସମାଜସେବୀ ସ୍ବର୍ଗତ ଶଶାଙ୍କ ଶେଖରସାହୁ ସ୍ମୃତି କମିଟି ଓ ଜିଲ୍ଲା ବିକାଶ ପରିଷଦ, କନ୍ଧମାଳର ମିଳିତ ଆନୁକୂଲ୍ୟରେ ସାମାଜିକ କର୍ମୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ଅନୁଷ୍ଠିତ ଏହି ସାମୁହିକ ଶ୍ରଦ୍ଧାଞ୍ଜଳି ସଭା, କନ୍ଧମାଳ ଜିଲ୍ଲା ବିକାଶ ପରିଷଦର ଆବାହକ ତଥା ସମାଜସେବୀ ଅଶୋକ ପରିଡାଙ୍କ ଅlବାହକତ୍ଵରେ ଅନୁଷ୍ଠିତ ହୋୋଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ ଜେନା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ଉପସଭାପତି ନବ କିଶୋର ରଥ, ସମ୍ପlଦକ ପ୍ରଣବ ମଣ୍ଡଳ, ଫାରେଲ ସମ୍ପାଦକ ଅମିତ୍ ନାୟକ, ସ୍ମୃତି କମିଟି ସମ୍ପାଦକ ପଦ୍ମ ଚରଣ ସାହୂ, ସେନ୍ସ ବଲ ର ପ୍ରଶାନ୍ତ ସାହୂ, ସମାଜସେବୀ ବଂଶୀଧର ପଣ୍ଡା, ସାମ୍ୱାଦିକ ସୋନ୍ତୋଷ ଦିଗାଲ, ଆଇନଜୀବି ସତ୍ୟ ନାରାୟଣ ବେହେରା, ସମାଜସେବୀ ଷଷ୍ଠୀ ମିଶ୍ର, ଶାନ୍ତନୁ ମିଶ୍ର , ଶିବ ଶଙ୍କର ବେହେରା, ରୋଜାଲୀ ସେନାପତି, ରାଜୀବ ଲୋଚନ ମିଶ୍ର ନାରୀ ନେତ୍ରୀ ସୁମତି ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ସମେତ ସମାଜ ସେବା କ୍ଷେତ୍ର ରେ ନିଜକୁ ଉତ୍ସର୍ଗ କରିଥିବl ପରଲୋକ ଗତ ସାମାଜିକ କର୍ମୀ ଭାବେ ବନବାସୀ ସେବା ସମିତିର ବିଶ୍ୱନାଥ ଆଞା, ଜାଗୃତିର ଆଲବର୍ଟ ଯୋଶେଫ, ପ୍ରଦlତ୍ତlର ପରେଶ ଭାଇ,ଜନ ବିକାଶର ଫାଦର ଅଗଷ୍ଟିନ, ପଲ୍ଲୀଶ୍ରୀ ର ମୁଖ୍ୟ ପାଉଲ ପ୍ରଧାନ ଓ ଜିଏମ ଏସ ର ହେମନ୍ତ ନାୟକ, ବିନୋଦ ମହାନ୍ତି, ଗ୍ରାମ୍ୟ ପ୍ରଗତିର ସ୍ୱର୍ଗତ ଯମଜ ପରିଛା, କଲ୍ୟାଣୀର ରବୀନ୍ଦ୍ର କୁମାର ସାହୁ, ଫାରେଲର ବିସପ ଆନସେଲନ ନାୟକ, ପ୍ରଦlତ୍ତlର ଶୁସୀଳା ଦାସ, ସେବାର ପ୍ରତିଷ୍ଠାତା ସ୍ୱର୍ଗତ ଚାରୁମଣି ପରିଡା, ସେବା ଭାରତୀର ଅଜୟ ମହାନ୍ତି , ଓଏସିସର ଇ କୁଞବିହାରୀ ସେନାପତି ପ୍ରମୁଖଙ୍କ ବହୁମୂଖି ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତୀ କାମନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande