ଜୟପୁର, ୬ ଜୁଲାଇ (ହି.ସ.)- ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମାନଙ୍କ ଆହ୍ୱାନ ରେ ଆସନ୍ତା ଜୁଲାଇ ୯ ତାରିଖ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଚାରୋଟି ଶ୍ରମ କୋଡ଼ ବାତିଲ୍ କରିବା , ସର୍ବନିମ୍ନ ମଜୁରୀ ୨୬୦୦/ ଟଙ୍କା ଘୋଷଣା କରିବା , ଆଶା , ଅଙ୍ଗନବାଡ଼ି, ପାଚିକା ସହାୟିକା ସମସ୍ତ ଙ୍କୁ ଶ୍ରମିକ ମାନ୍ୟତା ଦେବା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସହ ସର୍ବନିମ୍ନ ପେନସନ ୯୦୦୦/ ଟଙ୍କା ଘୋଷଣା କରିବା , ଦରଦାମ୍ ବୃଦ୍ଧି ରୋକିବା , ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ପଦପଦବୀ କୁ ପୁରଣ କରିବା ଆଦି ଦାବିରେ ଏହି ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଏଆଇଟିୟୁସି, ସିଆଇଟିୟୁ,ଏଆଇୟୁଟିୟୁସି, ଆଇଏନଟିୟୁସି, ଇପିଏଫ ପେନସନର୍ସ ଆସୋସିଏସନ୍ ଓ ସିଟି କୋଅର୍ଡିନେସନ୍ କମିଟିର ପ୍ରତିନିଧି ମାନେ ଏହି ବୈଠକରେ ଯୋଗ ଦେଇ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ବୈଠକରେ ସର୍ବଶ୍ରୀ ସୁବାଷ ଭଟ୍ଟାଚାର୍ଯ୍ୟ, ପ୍ରମୋଦ କୁମାର ମହାନ୍ତି,ରଞ୍ଜନ ମହାପାତ୍ର,କେ ଭଗବାନ ରେଡ୍ଡୀ, ଉତ୍ତମ ମଲ୍ଲିକ, ଯୁଧିଷ୍ଠିର ରାଉଳ ପ୍ରମୁଖ ଯୋଗଦାନ କରି ମତ ରଖିଥିଲେ । ସେଦିନ ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି