ଧର୍ମଶାଳା, ୬ ଜୁଲାଇ(ହି.ସ.) - ଏବେ ଲଗାଣ ବର୍ଷା ଜାରି ରହିଛି । ଅନେକ ଉଚ୍ଚ ସ୍ଥାନରୁ ବର୍ଷା ଜଳ ଆସି ଖାଲୁଆ ସ୍ଥାନରେ ଜମି ରହୁଛି । ଫଳରେ ଦଳ ଭର୍ତି ସହ ପଲିଥିନ ଆସି ପଡି ଦୀର୍ଘ ଦିନ ଧରି ଜମି ରହୁଛି । ଯାହାକୁ ନେଇ ପରିବେଶ ଦୂଷିତ ହେବା ସହିତ ସ୍ଥାନୀୟ ଅଂଚଳରେ ମାଶା ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏପରିିିକି ଏହାର ଦୁର୍ଗନ୍ଧରେ ସ୍ଥାନୀୟ ଲୋକେ ଶାନ୍ତିରେ ନିଶ୍ୱାସ ନେଇ ପାରୁ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀରେ । ବରୀ ଅଂଚଳ ଜିଲାର ତଳିଆ ଓ ବନ୍ୟା ଅଂଚଳ ଭାବେ ବେଶ ପରିଚିତ । ବିଭିନ୍ନ ସ୍ଥାନରେ ଗଡିଆ ପୋଖରୀ ରହିଛି । ଏବେ ବ୍ୟକ୍ତିଗତ ଜମିରେ ହେଉ ଅବା ସରକାରୀ ଜମିରେ ଅନେକ ଖାଲୁଆ ସ୍ଥାନରେ ଏଭଳି ସମସ୍ୟା ଦେଖା ଦେଇଛିି । ଏନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । କୌଣସି ସନ୍ତୋଷ ଜନକ ଉତର ନ ମିଳିବା ଫଳରେ ପ୍ରଶାସନ ଉପରୁ ଭରସା ତୁଟି ଯାଇଛି । ଯାଜପୁର ଜିଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ