ଭଦ୍ରକ, ୬ ଜୁଲାଇ (ହି.ସ.) - ନିରାପଦ ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ଆଜି ରବିବାର ୩ଘଟିକା ସମୟରେ ଟାଉନ ଥାନା ନିକଟରେ ବନମହୋତ୍ସବ ପାଳିତ ହୋଇଯାଇଛି । ନିରାପଦ ପ୍ରତିଷ୍ଠାନ ର ସଭାପତି ମିତସ୍ମିତା ଜେନା ବଳଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ମାଇନସିସ ଟେକ୍ନନୋଲୋଜି ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତୁଷାରକାନ୍ତ ବଳ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଆଇନଜୀବୀ ସଞ୍ଜୟ କୁମାର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଟିଭି ରାଜ ଲଷ୍ମୀ, ମିଲନ କୁମାର ଜେନା, ସମାଜସେବୀ ମାନଗୋବିନ୍ଦ ନାୟକ, ମନୋଜା ମଞ୍ଜରୀ ଜେନା ପ୍ରମୁଖ ଯୋଗ ଦେଇ ଭଦ୍ରକ ର ଟାଉନ ଥାନା ନିକଟରେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିବେଶର ସୁସ୍ଥ ବାତାବରଣ ନିର୍ମିତ ବୃକ୍ଷରୋପଣ ନିହାତି ଜରୁରୀ, ପରିବେଶ ସୁସ୍ଥ ରହିଲେ ମଣିଷ ମଧ୍ୟ ସୁସ୍ଥ ଜୀବନ ଯାପନ କରିପାରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ