ପାଟଣା ପ୍ରେସ କ୍ଳବ୍ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
କେନ୍ଦୁଝର, 6 ଜୁଲାଇ (ହି.ସ.) ସାରା ବିଶ୍ୱରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ କଳ କାରଖାନା, ଗାଡ଼ି, ମୋଟର ର ଧୂଳି ଓ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ପ୍ରକୃତି ଶନ୍ତୁଳ ହରାଉଛି। ଯଦ୍ଵାରାକି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ପାଟଣା ବନବିଭାଗ ଜୁଲାଇ ୧ ତାରିଖ ରୁ ୭ତାରିଖ ପର୍ଯ୍
Patana press club bana mahotasav


କେନ୍ଦୁଝର, 6 ଜୁଲାଇ (ହି.ସ.)

ସାରା ବିଶ୍ୱରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ କଳ କାରଖାନା, ଗାଡ଼ି, ମୋଟର ର ଧୂଳି ଓ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ପ୍ରକୃତି ଶନ୍ତୁଳ ହରାଉଛି। ଯଦ୍ଵାରାକି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ପାଟଣା ବନବିଭାଗ ଜୁଲାଇ ୧ ତାରିଖ ରୁ ୭ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ କରୁଥିବା ଅବସରରେ ରବିବାର ଦିନ ପାଟଣା ବନାଞ୍ଚଳ ଅଧିନସ୍ଥ ଅବସରରେ ପାଟଣା ପ୍ରେସ କ୍ଳବ୍ ତରଫରୁ ପାଟଣା ତହସିଲ କାର୍ଯ୍ୟାଳୟ ପରିସରରେ ଓ ପ୍ରେସ କ୍ଳବ୍ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବ ସଭାପତି କିଶୋର ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ବିଜୟରତ୍ନ ପତି, ଉପଦେଷ୍ଟା ନୃସିଂହ ନାଥ ସିଂହ, ଅଭିମନ୍ୟୁ ରାଉତ,ବିଜୟ କୁମାର ମହାନ୍ତ, ପ୍ରମୁଖଙ୍କ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏବଂ ତହସିଲଦାର ଅଶ୍ଵିନୀ କୁମାର ନାଏକ,ପାଟଣା ଥାନାଧିକାରୀ ମାନସ କୁମାର ମହାକୁଳ ,ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଧାର, ବନପାଳ ନିରଞ୍ଜନ ସେଠୀ,ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ ଓ ସ୍ଥାନୀୟ ସରପଞ୍ଚ ବିନତି ବାନରା ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ। ପାଟଣା ପ୍ରେସ କ୍ଳବ୍ ର ସମସ୍ତ ସାମ୍ବାଦିକ ମାନେ ଯୋଗ ଦେଇ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande