ଜୟପୁରରେ ବାହୁଡ଼ା ଯାତ୍ରା ଆନୁଷ୍ଠିତ
ଜୟପୁର, ୦୬ ଜୁଲାଇ(ହି.ସ.) – ଜୟପୁରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀ ଜିଉଙ୍କ ବାହୁଡ଼ା ଯାତ୍ରା ଅବସରରେ ଜୟପୁରର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର ଯାଏଁ ରଥଟଣା ଯାଇଥିଲା। ସଂନ୍ଧ୍ୟା ୫ଟାବେଳେ ରଥଟଣା ଆରମ୍ଭ ହୋଇଥିବା ବେଳେ ର
ଜୟପୁର ରେ ବାହୁଡା ଯାତ୍ରା ଆନୁଷ୍ଟିତ


ଜୟପୁର, ୦୬ ଜୁଲାଇ(ହି.ସ.) – ଜୟପୁରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରୀ ଜିଉଙ୍କ ବାହୁଡ଼ା ଯାତ୍ରା ଅବସରରେ ଜୟପୁରର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜ ନଗର ଯାଏଁ ରଥଟଣା ଯାଇଥିଲା। ସଂନ୍ଧ୍ୟା ୫ଟାବେଳେ ରଥଟଣା ଆରମ୍ଭ ହୋଇଥିବା ବେଳେ ରଥ ଚକା ଗଢିବା ପରେ ରଥ ରାସ୍ତା ତଳ କୁ ଖସି ପଡିଥିଲା। କ୍ରେନ ସାହାଯ୍ୟରେ ରଥକୁ ଉପରକୁ ଅଣାଯାଇ ରଥ ଟଣାଯାଇଥିଲା ପତିତପାବନ ରଥକୁ ମହିଳାମାନେ ଟାଣିଥିଲେ। ରଜାନହର ଠାରୁ ତିନି ଠାକୁର ରଥାରୁଢ଼ ରହି ଭକ୍ତାଳୁଙ୍କୁ ସାଂଧ୍ୟ ଦର୍ଶନ ଦେଇଥିଲେ। ରଥ ଉପରେ ପଟା ପଡିବା ପରେ ଭକ୍ତ ମାନେ ଲମ୍ବା ଲାଇନରେ ରଥ ଉପରକୁ ଚଢିଥିଲେ। ବାହୁଡ଼ା ଅବସରରେ ଜୟପୁରରେ ଆଜି ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତତ୍‌ସହ ପ୍ରଶାସନର ସୁବନ୍ଦୋବସ୍ଥ ପାଇଁ ଯାତ୍ରା ସମୟରେ କୌଣସି ଅଘଟଣା ଦେଖାଦେଇନଥିଲା ରଥଟଣା କାଯ୍ୟକ୍ରମରେ ଏସଡିପିଓ ପର୍ଥ କଶ୍ୟପ, ତହସିଲଦାର ଚିତରଞ୍ଜନ ପଟ୍ଟନାୟକ, ଟାଉନ ଅଧିକାରୀ ଉଲ୍ଲାସ ରାଉତ , ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande