ରୋଟାରୀ କ୍ଳବ କେନ୍ଦୁଝରଗଡ଼ ପକ୍ଷରୁ ବନ ମହୋତ୍ସବରେ ଚାରା ରୋପଣ
କେନ୍ଦୁଝର, ୬ ଜୁଲାଇ (ହି.ସ.)- ସାରା ବିଶ୍ବରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ ପରିବେଶ ପ୍ରଦୂଷିତ ହୋଇ ଓଜୋନ ସ୍ତରରେ ରନ୍ଧ୍ର ଯୋଗୁ ପ୍ରାକୃତିକ ଅସନ୍ତୁଳନ ବୃଦ୍ଧି ପାଉଛି। ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋଟ
Rotary club bana mahotasav


କେନ୍ଦୁଝର, ୬ ଜୁଲାଇ (ହି.ସ.)- ସାରା ବିଶ୍ବରେ ଜଙ୍ଗଲ ଦ୍ରୁତ ଅବକ୍ଷୟ ସହିତ ପରିବେଶ ପ୍ରଦୂଷିତ ହୋଇ ଓଜୋନ ସ୍ତରରେ ରନ୍ଧ୍ର ଯୋଗୁ ପ୍ରାକୃତିକ ଅସନ୍ତୁଳନ ବୃଦ୍ଧି ପାଉଛି। ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଆଜିର ଦିନରେ ବ୍ୟାପକ ବନୀକରଣର ଆବଶ୍ୟକତା ରହିଛି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରୋଟାରୀ କ୍ଳବ କେନ୍ଦୁଝରଗଡ଼ ପକ୍ଷରୁ ରବିବାରରେ କେନ୍ଦୁଝର ସ୍କୁଲ ଅଫ ଇଞ୍ଜିନିୟରିଂ,ଡିମ୍ବୋ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ସଭାପତି ହରିହର ମହାନ୍ତ ଏବଂ ସଂପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାଶ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ ସହ ଏହାର ରକ୍ଷଣାବେକ୍ଷଣ ଜରୁରୀ ବୋଲି କହିଥିଲେ।

ପୂର୍ବତନ ସଭାପତି ରାଜଲକ୍ଷ୍ମୀ ସ୍ବାଇଁଙ୍କ ସମେତ ରୋଟାରିଆନ ସୁରେଶ ଚନ୍ଦ୍ର ଖଟ୍ଟୋଇ, ଦେବବ୍ରତ ସ୍ବାଇଁ, ପ୍ରଶାନ୍ତ ସ୍ୱାଇଁ, ଡ଼ା. ସଞ୍ଜୀବ କୁମାର ଓତା, ଅମୀୟ ବେହେରା, ସବିତା ବେହେରା, ପ୍ରଣତି ମହାପାତ୍ର, ନିରୁପମା ସ୍ବାଇଁ, ମହେଶ ଚାୱଡା, ଗଜେନ୍ଦ୍ରନାଥ ବେହେରା, ବିଭୂତି ଭୂଷଣ ସାହୁ, ଦେଵବ୍ରତ ଭୂୟାଁ, ପ୍ରିୟଦର୍ଶୀ ପଟ୍ଟନାୟକ, ମାନସ ରଞ୍ଜନ ପଣ୍ଡା, ଇନର ହୁଇଲ କ୍ଲବ ସଦସ୍ୟା ରୀତା କପୁର ଉପସ୍ଥିତ ରହି ୧୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande