ଭଦ୍ରକ, ୬ ଜୁଲାଇ (ହି.ସ.) - ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଦେବା, ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୦ ବାତିଲ କରିବା, ୨୦୦୬ ଜଙ୍ଗଲ ଅଧିକାର ଆଇନ ର ସୁରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବଂଦ କରିବା ଆଦି ଦାବି ନେଇ ମିଳିତ ଟ୍ରେଡ଼ ୟୁନିୟନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହ ପକ୍ଷରୁ ମିଳିତ ଭାବେ ତିହିଡି ବଜାରରେ ଶୋଭାଯାତ୍ରା କରିବା ସହ ପଥପ୍ରାନ୍ତ ସଭା ସିଆଇଟିୟୁ ତିହିଡି ବ୍ଲକ ସଭାପତି ବିଷ୍ଣୁ ଚରଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପଥପ୍ରାନ୍ତ ସଭାରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଏଆଇଟିୟୁସି ଜିଲ୍ଲା ସଂପାଦକ ରମେଶ ଯେନା, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଏଆଇୟୁଟିସି ଜିଲ୍ଲା ସଂପାଦକ ରାମଚନ୍ଦ୍ର ଶଙ୍ଖୁଆ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଶ୍ରମିକ ନେତା ଦିଲିପ ନାୟକ, ଜ୍ୟୋତିର୍ମୟ ମଳିକ, ମହିଳା ନେତ୍ରୀ ରଞ୍ଜିତା ପଣ୍ଡା, ଲମ୍ବୋଦର ପାଣିଗ୍ରାହୀ, ରବିନ୍ଦ୍ର ବାରିକ୍, ଗିରିଧାରୀ ପାଣିଗ୍ରାହୀ, ନାରାୟଣ ତ୍ରିପାଠୀ, ଭାଗବତ ସେନାପତି, ଶ୍ରୀଧର ଜେନା ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ ଏକଛତ୍ରବାଦୀ- କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ଆସନ୍ତା ଜୁଲାଇ, ୯ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ତିହିଡି ବ୍ଲକରେ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ