କୁକୁଡ଼ା ଫାର୍ମର କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ, ଜଣେ ଶିଶୁକନ୍ୟା ଆହତ
ନୂଆପଡ଼ା, ୬ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଶିଲଭା ପଞ୍ଚାୟତ ପଟକରପାଲି ଗ୍ରାମରେ ଏକ କୁକୁଡ଼ା ଫାର୍ମରେ କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ଜଣାପଡିଛି। ରୂପେ ଶବର ଓ ବାଳମତି ଶବର ନାମକ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇ
କୁକୁଡ଼ା ଫାର୍ମର କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ, ଜଣେ ଶିଶୁ କନ୍ୟା ଆହତ*


ନୂଆପଡ଼ା, ୬ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଶିଲଭା ପଞ୍ଚାୟତ ପଟକରପାଲି ଗ୍ରାମରେ ଏକ କୁକୁଡ଼ା ଫାର୍ମରେ କାନ୍ଥ ପଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିବା ଜଣାପଡିଛି। ରୂପେ ଶବର ଓ ବାଳମତି ଶବର ନାମକ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଅଛି। ଦିବାକର ଶବରଙ୍କ ପାଞ୍ଚ ବର୍ଷ ଝିଅ ଗୁରୁତର ଆହତ ହୋଇଛନ୍ତି। ୧୦୮ଆମ୍ବୁଲାନ୍ସରେ ଆହତଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଲଗାଣ ଲଘୁଚାପଜନିତ ବର୍ଷା ପାଇଁ କାନ୍ଥ ପଡ଼ିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande