ଭୁବନେଶ୍ୱର, ୬ ଜୁଲାଇ (ହି.ସ.)- ଜୁଲାଇ ୬ ତାରିଖ ଠାରୁ ୭ ତାରିଖ ମଧ୍ୟରେ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳ ଏବଂ ବାହାରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ଏବଂ ସ୍ଥଳ ବିଶେଷରେ ୫୫ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ