ଯୋଗ ସଚେତନତା କାର୍ଯ୍ୟକ୍ରମ ନିଜେ ଖୁସି ରହି ଅନ୍ୟକୁ ଖୁସି ବାଂଟିବା ଉଚିତ୍‌
ସମ୍ବଲପୁର, ୦୬ ଜୁଲାଇ(ହି.ସ.) – ସ୍ଥାନୀୟ ଜେଲଛକ ନିକଟସ୍ଥ କମିଶନର କଲୋନୀ ପଡିଆ ଠାରେ ଯୋଗ ପରିବାର, ସମ୍ବଲପୁର ପକ୍ଷରୁ ରବିବାର ଏକ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସଫେଟ୍ ଲିମିଟେଡ଼ ସମ୍ବଲପୁର ମୁଖ୍ୟ ପରିଚାଳକ ସଂଜୀବ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯ
ଯୋଗ ସଚେତନତା କାର୍ଯ୍ୟକ୍ରମ ନିଜେ ଖୁସି ରହି ଅନ୍ୟକୁ ଖୁସି ବାଂଟିବା ଉଚିତ୍‌


ସମ୍ବଲପୁର, ୦୬ ଜୁଲାଇ(ହି.ସ.) – ସ୍ଥାନୀୟ ଜେଲଛକ ନିକଟସ୍ଥ କମିଶନର କଲୋନୀ ପଡିଆ ଠାରେ ଯୋଗ ପରିବାର, ସମ୍ବଲପୁର ପକ୍ଷରୁ ରବିବାର ଏକ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାରାଦ୍ୱୀପ ଫସଫେଟ୍ ଲିମିଟେଡ଼ ସମ୍ବଲପୁର ମୁଖ୍ୟ ପରିଚାଳକ ସଂଜୀବ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗ ପରିବାର ପକ୍ଷରୁ ପ୍ରତିଦିନ ଭୋର ସାଢେ ୫ ଟାରୁ କମିଶନର କଲୋନୀ ପଡିଆ ଠାରେ ନିଶୁଲ୍କ ଯୋଗ ଶିବର ଆୟୋଜନ କରିବା ସହ ଲୋକଙ୍କୁ ସୁସ୍ଥ ରଖିବା ସଚେତନା କାର୍ଯ୍‌ଯକ୍ରମ ମାନ ଆୟୋଜନ କରୁଥିବାରୁ ପରିବାର ସଦସ୍ୟଙ୍କୁ ସେ ପ୍ରଶଂସା କରିଥିଲେ। ଜୀବନରେ ନିଜେ ଖୁସି ରହି ଅନ୍ୟମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବାକୁ ଶ୍ରୀ ଦାଶ ପରାମର୍ଶ ହେଇଥିଲେ। ନିଜେ ମଧ୍ୟ ଯୋଗ ଦ୍ୱାରା ଅନେକ ସୁଫଳ ପାଇ ପାରିଥିବା ନିଜ ଅନୁଭୂତିରୁ କହିଥିଲେ। ଯୋଗର ପ୍ରସାର ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯୋଗ କରିବା ପାଇଁ ସ୍ୱତନତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ ଯୋଗ ଗୁରୁ ଟିକେଲାଲ ଭୋଇ ବର୍ଷା ସମୟରେ ଲୋକେ ସକାଲୁ ଚଳାବୁଲା ଏବଂ ଖେଳକୁଦ ବନ୍ଦ କରିଦେଉଥିବା ବେଳେ ଘରେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। କମ ସ୍ଥାନରେ ଯେ କୌଣସି ପରିସ୍ଥିତିରେ ଯୋଗକୁ ଜୀବନର ଅଙ୍ଗ ଭାବେ ଅଭ୍ୟସ କରିବାକୁ ଯୋଗଗୁରୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସଂଜୀବ ଦାଶ ଏବଂ ତାଙ୍କ ଧର୍ମପତ୍ନି ସରିତା ଦାଶଙ୍କୁ ଯୋଗ ପରିବାର ପକ୍ଷରୁ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଦସ୍ୟ ହରିହର ମିଶ୍ର, ଅଶୋକ ସାହୁ,ବିଚିତ୍ରାନନ୍ଦ ଆଚାର୍ଯ୍ୟ ଏବଂ ସ୍ୱରୂପ ପାତ୍ର ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଯୋଗ ପରିବାର ସଦସ୍ୟ ସୁଧୀର ମିଶ୍ର ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କିଶୋର ସୁଶାରୀ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଆୟୋଜନରେ ଯୋଗ ପରିବାର ପକ୍ଷରୁ ରାକ୍ଷୀ ମିଶ୍ର, ପ୍ରଜ୍ଞା ହୋତା, ପରିଣିତା ବର୍ମା, ବିରଂଚି ନାୟକ, ବିକାଶ ତ୍ରିପାଠୀ, ମାନସ ହୋତା, ବିଜୟ ବର୍ମା, ମନୋଜ ପଣ୍ଡା, କ୍ଷିତୀଶ ବିଶ୍ୱାଳ, ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande