ପୁରୀ, 6 ଜୁଲାଇ (ହି.ସ.)
ରାଜ୍ୟ ପରିବହନ ବିଭାଗ କମିଶନର ଅମିତାଭ ଠାକୁର ଙ୍କ ନିର୍ଦ୍ଦେଶ କ୍ରମେ, ପୁରୀ ଜିଲ୍ଲାପାଳ ଓ ଏସପି ଙ୍କ ପରାମର୍ଶ ଅନୁସାରେ ଗତ ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରାଯାଇଥିଲା l ଦୃତ ଗତିରେ ଚଳାଉ ଥିବା ଯାନ ବାହନ, ଓଭର ଲୋଡ଼ିଂ ଗାଡ଼ି, ମଦୁଆ ଗାଡି ଚାଳକ ଙ୍କୁ ଅଟକାଇ ସମସ୍ତ କାଗଜ ପତ୍ର କଡା କଡ଼ି ଯାଞ୍ଚ କରାଯାଇ ୨୦୭୮ ଗୋଟି ଚାଲାଣ କଟା ଯାଇଥିଲା| ସମୁଦାୟ ୧ କୋଟି ୧୨ ଲକ୍ଷ ୧୪ ହଜାର ୧୯୮ ଟଙ୍କା ଫାଇନ ଆଦାୟ କରାଯାଇଥିଲା l ସହର ର ସମୁଦ୍ର କୂଳ ଓ ବିଭିନ୍ନ ଥାନା ଅଞ୍ଚଳରେ ପୁରୀ ଆର ଟି ଓ ଓ ରାଜ୍ୟ ର ସମସ୍ତ ଜିଲ୍ଲା ର ପରିବହନ ବିଭାଗ ଅଫିସର କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ଅମାନିଆ ଅଟୋ ଯାନ ଚାଳକ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇ ଥିଲା l ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ଚାଲି ଥିବାରୁ ଅଟୋ ଗାଡ଼ି ମାନଙ୍କ ର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ଆର୍ ଟି ଓ ତାଗିଦ୍ କରିଥିଲେ l ପୁରୀ ଆର୍ ଟି ଓ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ଅନୁଷ୍ଟିତ ଏହି ଚଢାଉ ବେଳେ ଅଟୋ ଚାଳକ ସବୁ ଛାନିଆ ହୋଇ ଯାଇଥିବା ଦେଖାଯାଇଛି l ଦେଶ ବିଦେଶ ର ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଓ ପୁରୀ ପବ୍ଲିକ୍ ର ସ୍ୱାର୍ଥ ଦୃଷ୍ଟିରୁ ଆଗକୁ ପରିବହନ , ପୋଲିସ୍ ଓ ଟ୍ରାଫିକ ପୋଲିସ୍ ପକ୍ଷରୁ ଆହୁରି କଡ଼ା କଡ଼ି ଚେକିଂ ଓ ଫାଇନ କରାଯିବ ବୋଲି ଆର ଟି ଓ ଙ୍କ ଠାରୁ ସୁଚନା ମିଳିଛି l ରାଜ୍ୟ ର ସମସ୍ତ ଜିଲ୍ଲା ର ପରିବହନ ଅଧିକାରୀ ଓ ବିଭାଗର ସମସ୍ତ କର୍ମଚାରୀ ମାନେ ଏହି ସାପ୍ତାହିକ ଯାଞ୍ଚ ପ୍ରକ୍ରିୟା ବା ଚଢ଼ାଉ କାର୍ଯ୍ୟକ୍ରମରେ ସାମିଲ୍ ରହିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ