ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ରାଜଧାନୀରେ ବୁଲୁଛନ୍ତି ମାଳ ମାଳ ନକଲି ବିଏମସି ସ୍କ୍ୱାର୍ଡ। ବ୍ୟବସାୟୀଙ୍କୁ ବିଏମସି ଅନୁଦାନର ପ୍ରଲୋଭନ ଦେଖାଇ
ନେଉଛନ୍ତି ଟଙ୍କା । ଉଠା ବ୍ୟବସାୟୀଙ୍କୁ ଏକ ଲକ୍ଷ 82 ହଜାର ଟଙ୍କା ଦେବାକୁ କହି ନେଇଛନ୍ତି 650 ଟଙ୍କା । ଖାରବେଳ
ନଗର ଥାନାରେ ଅଭିଯୋଗ ଆଣିଛନ୍ତି ଉଠା ବ୍ୟବସାୟୀ । ପ୍ରଦୀପ୍ତ ସାବତ ନାମକ ବ୍ୟବସାୟୀ ଜଣଙ୍କୁ ବିଏମସି
ପରିଚୟ ପତ୍ର ଦେଖାଇଥିଲେ । ଏହାପରେ ବିଶ୍ୱାସ ଦେବା ପରେ ବ୍ୟବସାୟୀ ଜଣଙ୍କ ଫସି ଯାଇଥିଲେ। ତେବେ ଏହି ଘଟଣା ଜଣାପଡିବା ପରେ ନିଖିଲ ଓଡ଼ିଶା
ରସ୍ତାପାର୍ଶ୍ଵ ଉଠାଦୋକାନୀ ମହସଂଘ୍ ପକ୍ଷରୁ ଖାରବେଳ ନଗର ଥାନାରେ ବ୍ୟବସାୟୀ ମାନଙ୍କୁ ଧରି
ଅଭିଯୋଗ ପତ୍ର ଦେଇଛନ୍ତି ପ୍ରଦୀପ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା