ଭୁବନେଶ୍ୱର, 6 ଜୁଲାଇ (ହି.ସ.)
- ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ
ପୁଷ୍ପ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଭାରତବର୍ଷର ଅଖଣ୍ଡତା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପଣ କରିଥିବା ମହାନ
ରାଷ୍ଟ୍ରଭକ୍ତ, ଜନନାୟକ, ଶିକ୍ଷାବିତ ତଥା
ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର
ସତସଙ୍ଗ ବିହାର ସ୍ଥିତଡ. ଶ୍ୟାମା ପ୍ରସାଦ
ମୁଖାର୍ଜୀ ପାର୍କ ରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରି
ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି। ତାଙ୍କ ଜୀବନ ଆଦର୍ଶ ତଥା ତ୍ୟାଗ ଓ ବଳିଦାନର ଉଦାହରଣ ସର୍ବଦା ଆମର
ମାର୍ଗଦର୍ଶନ କରୁଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା